ପାରଳାଖେମୁଣ୍ଡି ଗୌଡ଼ ସାହି ଛକରେ ଥିବା ଠାକୁରାଣୀ ମନ୍ଦିରରେ ମାଁ ଠାକୁରାଣୀ ଙ୍କ ପୁଜା ଧୁମ ଧାମ ରେ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଗୌଡ଼ାସାହି ଛକରେ ପୁଜା ପାଉଥିବା ମାଁ ଠାକୁରାଣୀଙ୍କ ପୁଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏତାସାହି, ଧୋବାସହି ସମେତ ଅନ୍ୟାନ୍ୟ ସାହିର ଶତାଧିକ ମହିଳା ପୁରୁଷ ମାଙ୍କୁ ମୁଣ୍ଡରେ ଧରି ନାଚି ନାଚି ସହର ପରିକ୍ରମା କରିଥିଲେ l ବର୍ଷକୁ ଥରେ ମାଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ l

ମାଙ୍କର ଯାତ୍ରା ଦେଖିବା ପାଇଁ ଚଳିତ ବର୍ଷ ଶହ ଶହ ଲୋକଙ୍କ ଜନସମାଗମ ହୋଇଥିଲା l ଯାତ୍ରାରେ ମହିଳା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ l ମାଙ୍କ ଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ବଣ୍ଟି ତ୍ରିପାଠୀ, ଉପନଗର ପାଳ ମଧୁ, କୁମାର, ରଘୁନାଥ ରେଡ୍ଡୀ ପୂର୍ବତନ କାଉନସିଲର କ୍ରିଷ୍ଣା ପ୍ରମୁଖ ମାଙ୍କ ଏହି ଯାତ୍ରାରେ ଉପସ୍ଥିତ ଥିଲେ l

Exit mobile version