ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ : ଭୁଲିଆବନ୍ଧ ଛକରେ ଲାଗିଲା ମାଓ ବ୍ୟାନର

ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ ପଦ୍ମପୁର ରାସ୍ତା ମାଝୀ ପାଲି ( ଭୁଲିଆବନ୍ଧ ଛକ ) ମୁଖ୍ୟ ଛକରେ ଆଜି ସକାଳୁ ଏକ ଲାଲ ରଙ୍ଗର ମାଓ ବ୍ୟାନର ଲାଗି ଥିବା ସ୍ଥାନୀୟ ଲୋକେ ଦେଖବାକୁ ପାଇଥିଲେ । ଏହି ବ୍ୟାନରରେ କିଛି ଦୋକାନୀଙ୍କୁ ତାଗିଦ୍ କରାଯାଇଛି । ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି ଯେ, ଉକ୍ତ ଅଞ୍ଚଳ ରେ ଗରିବଙ୍କ ପାଇଁ ଆସୁଥିବା କାମ ମେସିନ ଦ୍ବାରା କରାଯାଉଛି । ଝାରମୁଣ୍ଡା, ଭାଙ୍ଗକୁଦ, ସାହ୍ଲେପାଲି,ମିଠାପାପାଲି ,ଗୁରୁଣ୍ଡା ଜାମସେଠ ବରତୁଣ୍ଡା ର କେତେକ ଲୋକେ ମାଓ ଗତିବିଧି ସମ୍ପର୍କରେ ପୋଲିସକୁ ସୂଚନା ଦେଉଥିବା, ଉକ୍ତ ଅଞ୍ଚଳର କେତେକ ଦୋକାନୀ ଦୋକାନରୁ ଅଧିକ ସଉଦା କିଣୁଥିବା ଲୋକଙ୍କ ଉପରେ ସନ୍ଦେହ କରୁଥିବା ଉଲ୍ଲେଖ ରହିଛି ।

ତେଣୁ ସେମାନେ ସୁଧୁରି ଯାଆନ୍ତୁ ନଚେତ ଦଣ୍ଡିତ ହେବେ ବୋଲି ଚେତାବନୀ ଦେଇଛନ୍ତି ମାଓବାଦୀ ସଂଗଠନ । ମାଓବାଦୀମାନେ ବିଭିନ୍ନ ଗ୍ରାମର କିଛି ଲୋକଙ୍କୁ ପୋଲିସ ଇନଫର୍ମର ବୋଲି ସନ୍ଦେହ କରୁଛନ୍ତି । ସେମାନଙ୍କ ନାମ ଓ ଗ୍ରାମର ନାମ ଲେଖା ହୋଇଛି ଏବଂ ସୁଧୁରି ଯିବା ପାଇଁ ଚେତାବନୀ ଦେଇଛନ୍ତି । ମାଓବାଦୀ ସଂଗଠନ (ବିବିଏମ୍‌) ବରଗଡ଼, ବଲାଙ୍ଗିର ଓ ମହାସମୁନ୍ଦ ସଙ୍ଗଠନ ଏହି ବ୍ୟାନର ଲେଖାଥିବା ପରିଲକ୍ଷିତ ହୋଇଛି ।

Exit mobile version