ଜଟଣୀରେ ମୋଦି ଚା !

ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ଖୋର୍ଦ୍ଧା – ଜଟଣୀ :- ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସୁଶାସନ ଓ ସେବା ଏବଂ ଗରିବ କଲ୍ୟାଣର ଅଷ୍ଟମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ୨.୬.୨୦୨୨ ଦିନ ଜଟଣୀ ପୋଷ୍ଟ ଅଫିସ ଛକ ମୋ ଜଟଣୀ ନିକଟରେ ବିଜେପି ନଗର ମଣ୍ଡଳ ଓ ଯୁବ ମୋର୍ଚ୍ଚା ତରଫରୁ ସାଧାରଣ ଜନତାଙ୍କୁ ଚା ବଣ୍ଟନ କରାଯାଇଥିଲା l

ଉକ୍ତ କାର୍ଯ୍ୟକ୍ରମରେ ନଗର ସଭାପତି ତିରୁପତି ଶତପଥୀ, ଯୁବମୋର୍ଚ୍ଚା ସଭାପତି ନାଗଭୂଷଣ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ, ପ୍ରଶାନ୍ତ ପ୍ରଧାନ, ଚିତ୍ତରଞ୍ଜନ ସୁନ୍ଦରାୟ,ରଘୁ ଭାଇ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା, ସୁରେଶ ପ୍ରଧାନ, ରମେଶ ସାହୂ ସମେତ ଜଟଣୀ ବିଜେପି ର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

Exit mobile version