ରକ୍ତ ପୃଥକୀକରଣ କାର୍ଯ୍ୟକ୍ଷମ ପାଇଁ ପୁଣି ଦାବୀ ଜଣାଇଲା ନିଷ୍ଠା ପରିବାର

ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ବରଗଡ଼ :-  ଦୀର୍ଘ ଦିନରୁ ବରଗଡ଼ ଜିଲ୍ଲା ର ପୂରୁଣା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପୃଥକୀରଣ ବିଭାଗର ଶୁଭ ଉଦ୍ଘାଟନ ହୋଇ ସ୍ଥାଣୁ ଅବସ୍ଥା ରେ ପଡିଅଛି । ଏ ନେଇ ନିଷ୍ଠା ପରିବାର ତରଫରୁ ଅନେକ ଥର ଦାବି ତଥା ଧାରଣା ଦିଆଯାଇଥିଲା । ଧାରଣାକୁ ବରଗଡ଼ ଜିଲ୍ଲା ର ଅନେକ ସାମାଜିକ ସଂଗଠନ ସମର୍ଥନ ଜଣାଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଧାରଣା ସ୍ଥଳରେ ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଲିଖିତ ପ୍ରତିଶୃତି ଦେଲେ ଯେ ଦୁଇ ମାସ ମଧ୍ୟରେ ଏହା ନିଶ୍ଚିତ ଭାବରେ କାର୍ଯ୍ୟକ୍ଷମ ହେବ । କିନ୍ତୁ ଦୁଃଖ ର ବିଷୟ ଆଜି ପର୍ଯ୍ୟନ୍ତ ପୂର୍ବବତ ରହିଅଛି । ସମସ୍ତ ହସ୍ପିଟାଲ କତୃପକ୍ଷ SEPARATION BLOOD ଲେଖୁଥିବା ବେଳେ ରୋଗୀ ଓ ସମ୍ପର୍କୀୟ ମାନେ ବହୁତ ହଇରାଣ ହେବା ସହ ଅନେକ ଖର୍ଚ୍ଚାନ୍ତ ର ସମ୍ବୁଖିନ ହେଉଛନ୍ତି ।

ତେଣୁ ,ଆଜି ପୁଣି ଥରେ ନିଷ୍ଠା ପରିବାର ର ଏକ ପ୍ରତିନିଧି ଦଳ ବରଗଡ଼ ଜିଲ୍ଲାପାଳ ମନିଷା ବେନାର୍ଜି ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରି କହିଛନ୍ତି ଯେ, ଯଦି ଆଗାମୀ ସାତ ଦିନ ମଧ୍ୟରେ ରକ୍ତ ପୃଥକୀକରଣ ବିଭାଗ କାର୍ଯ୍ୟକାରୀ ନ ହୁଏ ତେବେ ବରଗଡ଼ ଜିଲ୍ଲା ର ସମସ୍ତ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କ ସହଯୋଗ ରେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ । ଆଜିର ପ୍ରତିନିଧି ଦଳରେ ନିଷ୍ଠା ର ସଂପାଦକ ଲୋକନାଥ ସାହୁ, ଉପଦେଷ୍ଟା ଅଶ୍ବିନୀ ତ୍ରିପାଠୀ,ଶୋଭନ ରଥ, ଅମନ ଦେହୁରୀ, ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା ଓ ରୀନା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version