ଜଟଣୀ ବ୍ଲକ ଅଧକ୍ଷାଙ୍କ ତୋଫାନି ଗସ୍ତ ଅନେକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ : ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର / ଖୋର୍ଦ୍ଧା-ଜଟଣୀ :- ଆଜି ଜଟଣୀ ବ୍ଲକର ନବ ନିର୍ବାଚିତ ଅଧକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ ଏକ ତୋଫାନି ଗସ୍ତରେ ଆସି ଚାରଟି ପଞ୍ଚାୟତରେ ଏକାଧିକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ଓ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଜଟଣୀ ବ୍ଲକ ଅଧକ୍ଷା ଶ୍ରୀମତୀ ଛୋଟରାୟ ପ୍ରଥମେ ମଦନପୁର ପଞ୍ଚାୟତର ଦେଉଳିଆ ପାଟଣା ଗ୍ରାମରେ ତିନୋଟି କଂକ୍ରିଟ ରାସ୍ତା ଓ ବିଜେଡ଼ିର ଏକ ପାର୍ଟି ଅଫିସର ଶୁଭ ଦେବା ସହିତ ବଡ଼ ରଘୁନାଥପୁର ଠାରେ ଏକ କଂକ୍ରିଟ ରାସ୍ତାର ଶୁଭ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମଦନପୁର ପଞ୍ଚାୟତ ସରପଞ୍ଚ ରଶ୍ମି ରଞ୍ଜନ ବେହେରା ସମିତି ସଭ୍ୟ ଅଜିତ ମଙ୍ଗରାଜ ଓ ପୂର୍ବତଟ ରେଳବାଇ ଶ୍ରମିକ କଂଗ୍ରେସର ଜୋନାଲ ସାଧାରଣ ସମ୍ପାଦକ ରମେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ସେଠାରୁ ଅଙ୍ଗାରପଡା ପଞ୍ଚାୟତର ପାଣିଓରା ଗ୍ରାମଠାରେ ପହଞ୍ଚି ସରପଞ୍ଚ ମମତା ସାହୁ,ସମିତି ସଭ୍ୟା ସୁମିତ୍ରା ସ୍ବାଇଁଙ୍କ ଉପସ୍ଥିତିରେ ଦୁଇଜଣ ଭିନ୍ନକ୍ଷମ ପିଲା ମୋହନ ପ୍ରଧାନଙ୍କ ପୁଅ ଚିଣ୍ଟୁ ପ୍ରଧାନ ଓ ଦିଲୀପ ପ୍ରଧାନଙ୍କ ଝିଅ ରଶ୍ମିତା ପ୍ରଧାନଙ୍କୁ ନିଜସ୍ୱ ଓ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟଙ୍କ ବ୍ୟକ୍ତିଗତ ପାଣ୍ଠିରୁ ଦୁଇଟି ହୁଇଲ ଚେଆର ଓ କିଛି ଆର୍ଥିକ ସହାୟତା ଦେବା ସହିତ ଖୁବଶୀଘ୍ର ସରକାରୀ ସ୍ତରରେ ଭିନ୍ନକ୍ଷମ ମାନଙ୍କ ପାଇଁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ।

ପରେ ପରେ ଯାଆଁଳା ପଞ୍ଚାୟତର ଓଗାଳପଡ଼ା ଠାରେ ସମିତି ସଭ୍ୟା ଯମୁନା ରାଣୀ ବେହେରା ଓ ସରପଞ୍ଚ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଉପସ୍ଥିତିରେ ଏକ ମିଶନଶକ୍ତି ଗୃହର ଶୁଭ ଦେଇଥିଲେ।ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ,କୋଷାଧ୍ୟକ୍ଷ ରାଜକିଶୋର ସ୍ବାଇଁ,ଜଟଣୀ ବିଜେଡ଼ି ନଗର ସଭାପତି ଆଶୁତୋଷ ପ୍ରତାପସିଂ,ସମାଜସେବୀ ରାଜେନ୍ଦ୍ର ପଟ୍ଟନାୟକ, ସୁଶାନ୍ତ ରାଉତ, ଲୁଲୁ ମାର୍ଥାଙ୍କ ସମେତ ଶତାଧିକ ଲୋକ ଯୋଗ ଦେଇଥିଲେ।

ସର୍ବପରି ତିରିମଲ ପଞ୍ଚାୟତରେ ସରପଞ୍ଚ ପ୍ରସନ୍ନ ଛୋଟରାୟ ସମିତି ସଭ୍ୟ ପ୍ରତାପ ବିଶ୍ୱାଳ ପ୍ରମୁଖଙ୍କ ଉପସ୍ଥିତିରେ ଉତ୍ତନ ସାହି କଂକ୍ରିଟ ରାସ୍ତା ଓ ପାତ୍ରସାହି ଡ୍ରେନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ଛୋଟରାୟ ପରିଚାଳନା କରିଥିଲେ ।

Exit mobile version