ସ୍ୱାଧୀନତାର ଅମୃତ ମହୋତ୍ସବ ରାଜଭବନରେ ଚିତ୍ରଶିଳ୍ପୀ ସମାବେଶ

ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ଭୁବନେଶ୍ୱର :- ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ରାଜଭବନରେ ଦୁଇଦିନିଆ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚିତ୍ରଶିଳ୍ପୀମାନଙ୍କ ସହ ଭାବବିନିମୟ କରି ଓଡ଼ିଶା ଉତ୍କୃଷ୍ଟ କଳାର ଦେଶ ଏବଂ ସୃଜନର ପରମ୍ପରା ଆହୁରି ପ୍ରକାଶିତ ଓ ପରିବ୍ୟାପ୍ତ ହୋଇଥିବା ପ୍ରକାଶ କରିଥିଲେ ା ଏହି ସମାବେଶରେ ରାମହରି ଜେନା, ବଳଦେବ ମହାରଥା, ରବିନାରାୟଣ ରଥ,

ମାନସ ରଞ୍ଜନ ଜେନା, ସୁବାସ ପୂଜାହାରୀ, ପ୍ରବୀର କୁମାର ଦଳାଇ, ଶଶୀକାନ୍ତ ରାଉତ, ପ୍ରବୋଧ କୁମାର ସାହୁ, ଜନାର୍ଦ୍ଦନ ପରମଗୁରୁ, ଚନ୍ଦ୍ରଶେଖର ବେହେରା, ଚନ୍ଦ୍ରଶେଖର ସେଠୀ, ବିଦୁ୍ୟତଲତା ପାଟ୍ଟଶାଣୀ, ଅତସୀ ବସୁ, ମୋନାଲିସା ବିଶ୍ୱାଳ ପ୍ରମୁଖ ପ୍ରସିଦ୍ଧ ଶିଳ୍ପୀମାନେ ଯୋଗ ଦେଇଛନ୍ତି । ଆସନ୍ତାକାଲି ଅପରାହ@ରେ ରାଜଭବନରେ ଏକ ବିଶେଷ ଉତ୍ସବରେ ରାଜ୍ୟପାଳ ଚିତ୍ରଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବେ ।

Exit mobile version