ମାନସ ମଙ୍ଗରାଜଙ୍କୁ ବିଜେଡ଼ି ଦଳ ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ଥିବାରୁବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ସୁଅ ଛୁଟିଛି

ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ମାନସ କୁମାର ମଙ୍ଗରାଜଙ୍କୁ ବିଜେଡି ଦଳ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯିବା ଘଟଣା ଗଜପତି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଗଜପତି ଜିଲ୍ଲାରେ ଦୁର୍ବଳ ସଙ୍ଗଠନ ଥିବା ସତ୍ତ୍ବେ ବିଜେଡି ଦଳକୁ ଗତ ପଂଚାୟତ ଓ ପୌର ନିର୍ବାଚନ ରେ ସଫଳତାର ଶୀର୍ଷ ରେ ପହଞ୍ଚାଇ ପାରିଥିଲେ । ନିବାର୍ଚନ ପରିଚାଳନା ଦାୟିତ୍ୱରେ ଥିବା ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ରାଜନୈତିକ ପରିଚାଳନା ହିଁ ମୁଖ୍ୟତଃ ବିଜେଡିର ପୂର୍ଣ୍ଣ ସଫଳତା ହୋଇପାରିଥିଲା ତେଣୁ ବିଜେଡି ଦଳ ତରଫରୁ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇ ପୁରସ୍କୃତ କରାଯାଇଛି ବୋଲି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଏଠାରେ ସ୍ମରଣଯୋଗ୍ୟ ଗଜପତି ଜିଲ୍ଲାକୁ କଂଗ୍ରେସର ଗଡ ବୋଲି କୁହାଯାଏ । ଏ କଂଗ୍ରେସ ଗଡରେ ଗତ ପୌରଓପଂଚାୟତ ନବିର୍ଚନରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କୁ ନିର୍ବାଚନ ପରିଚାଳନାର ଦାୟିତ୍ୱ ଦିଆଯାଇଥିଲା । ଏହି ଦାୟିତ୍ୱକୁ ମାନସ ମଙ୍ଗରାଜ ଦକ୍ଷତାର ସହ ରାଜନୈତିକ ଗୋଟି ଚାଳନା ଦ୍ୱାରା ଗଜପତି ଜିଲ୍ଲାରେ ଗ୍ରାମ ପଂଚାୟତ, ଜିଲ୍ଲା ପରିଷଦ ଓ ପୌର ନିବାର୍ଚନରେ ବିଜୁ ଜନତା ଦଳ ଶତ ପତ୍ର ଶିତ ଭାବେ ସଫଳତା ହାସଲ କରପାରିଥିଲ। । ଗଜପତି ଜିଲ୍ଲାର ମୋଟ ୭ ଗୋଟି ବ୍ଲକକୁ ବିଜେଡି ଦଳ ଦଖଲ କରିବା ସହ ସମସ୍ତ ବ୍ଲକରେ ବିଜୁ ଜନତା ଦଳର ପ୍ରର୍ଥୀ ଅଧ୍ୟକ୍ଷ ପଦବୀ ହାସଲ କରିପାରିଥିଲେ ।

ସେହିପରି ଗଜପତି ଜିଲ୍ଲା ପରିଷଦ ନିର୍ବାଚନରେ ଜିଲ୍ଲାର ମୋଟ ୧୪ ଗୋଟି ଆସନରୁ ବିଜୁ ଜନତା ଦଳ ୧୧ ଗୋଟି ସ୍ଥାନରେ ବିଜୟ ହାସଲ କରିବା ସହ ଜିଲ୍ଲା ପରିଷଦ ଆସନକୁ ମଧ୍ୟ ଗଜପତିରେ ବିଜେଡି ଦଖଲ କରିପାରିଥିଲା । ସେହିପରି ଗତ ପୌର ନିର୍ବାଚନ ରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଓ କାଶୀନଗର ଏନଏସିକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିବାରେ ବିଜେଡି ଦଳ ସକ୍ଷମ ହୋଇପାରିଥିଲା । ଏହି ସଫଳତା କେବଳ ଗତ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ରାଜନୈତିକ ଦକ୍ଷତା ଯୋଗୁଁ ହିଁ ସମ୍ଭବପର ହୋଇ ପାରିଥିଲ।

ଗଜପତିରେ ବିଜେଡିର ଏହି ସଫଳତା ପାଇଁ ମାନସଙ୍କୁ ପୁରସ୍କାର ସ୍ୱରୂପ ବିଜୁ ଜନତା ଦଳ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ବିଜୁ ଜନତା ଦଳର ସଂଖ୍ୟା ଦୃଷ୍ଟିରୁ ମାନସଙ୍କ ବିଜୟ ନିଶ୍ଚିତ ବୋଲି ସାଧାରଣରେ ଆଲୋଚନା ଚାଲୁରହିଛି । ସାମ୍ବାଦିକତା ରୁ ନିଷ୍ଠାର ସହ କାର୍ଯ୍ୟ ଆରମ୍ଭ କରି ନିଜକୁ ଏହି ସୋପାନରେ ପହଞ୍ଚାଇ ପାରିଥିବାରୁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଗୁରୁଡ଼ ଧ୍ଵଜ ଚୌଧୁରୀ ସାଧାରଣ ସମ୍ପାଦକ ତାରିଣୀ ପ୍ରାସାଦ ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି l ଏନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମାନସ ମଙ୍ଗରାଜଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଗଜପତି ଜିଲ୍ଲା ବିଜେଡି ଦଳ ତରଫରୁ ମାନସ ମଙ୍ଗରାଜଙ୍କୁ ସ୍ୱାଗତ କରାଯାଇ ଅଭିନନ୍ଦନ ଜଣାଇବା ସହ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Exit mobile version