ପାରଳାଖେମୁଣ୍ଡି କେଉଟ ସାହି ସ୍ଥିତ ପ୍ରସନ୍ନ ଭେଙ୍କଟଶ୍ୱର ମନ୍ଦିର ଚୋରି ଘଟଣାରେ ୩ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ପାରଳାଖେମୁଣ୍ଡି :-  ପାରଳାଖେମୁଣ୍ଡି ପୋଲିସ କୁ ଆଉ ଏକ ସଫଳତା ମିଳିଛି l ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କେଉଟ ସାହି ଠାରେ ଥିବା ପ୍ରସନ୍ନ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫସ କରିଛି ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ । ଏନେଇ ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ । ସୂଚନା ପ୍ରକାରେ ଗତ ୨୫ ତାରିଖରେ ମନ୍ଦିରର ଆଚାରୀ ତଥା ପୂଜକ ଅନୁମାଞ୍ଚିପଲ୍ଲି ରାଜଗୋପାଳଚାରୀ (୫୦) ଥାନାରେ ଅଭିଯୋଗ କରିଥିଲେ ଯେ, ମନ୍ଦିରର ସ୍କାଇଲାଟ ଓ ଏକ୍‌ଜିଟିଙ୍ଗ ଫ୍ୟାନ ଭାଙ୍କି ଦୃର୍ବୃତ୍ତମାନେ ମନ୍ଦିରର ବହୁମୂଲ୍ୟ ରୂପା ସାମଗ୍ରୀ ସହ ନଗଦ ଟଙ୍କା ଚୋରି କରି ନେଇଛନ୍ତି ।

ଏହି ଅଭିଯୋଗ କୁ ଭିତ୍ତି କରି ପାରଳା ପୋଲିସ ୭୨ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତଆରମ୍ଭକରିଥିଲେ ଏହି ଘଟଣା ୨୪ ଓ ୨୫ମଇ ମଧ୍ୟ ରାତ୍ରର କୌଣସି ସମୟରେ ଘଟି ଥିବାର ସୂଚନା ଦିଆଯାଇଛି । ଗଜପତି ଜିଲ୍ଲା ଏସ୍‌ପି ଜୟରାମ ଶତରପଥୀଙ୍କ ନିର୍ଦ୍ଦେଶ କ୍ରମେ ଏତଲା ପାଇ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ଅନୁସନ୍ଧାନ ବେଳେ ଦୁଇନାବାଳକଙ୍କ ସମେତ ମୋଟ ୫ଜଣ ଏହିଘଟଣାରେ ସମ୍ପୃକ୍ତ ଥିବାର ଜାଣିବାକୁ ପାଇଥିଲେ । ଏହାପରେ ଏମାନଙ୍କୁ ତୁରନ୍ତ ଠାବ କରାଯାଇ ଏମାନଙ୍କ ନିକଟରୁ ସତ ଓଗାଳିଥିଲେ ପାରଳା ଆଦର୍ଶ ଥାନା ପୋଲିସ ।

୨ନାବାଳକଙ୍କୁ ଥାନାରେ ଅଟକ ରଖାଯାଇ ଥିବା ବେଳେ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସେହି କେଉଟ ସାହିର ଶିବ ପ୍ରସାଦ ଜେନା (୩୦)ଙ୍କ ସମତେତ ପୋଷ୍ଟାଲ କଲୋନୀର କୋଟା ରାଧାକୃଷ୍ଣ (୩୯) ଏବଂ ଅନ୍ୟଜଣେ ଅଭିଯୁକ୍ତ କେଉଟ ସାହର ବୋମାଳି ଭେଙ୍କଟ ରାଓ ବୋଲି ଜଣାପଡିଛି । ଏମାନଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ଠାରୁ ମହାପ୍ରଭୁଙ୍କ ମୂର୍ତ୍ତିର ୪ଗୋଟି ରୂପା ମୁକୁଟ, ଗୋଟିଏ ରୂପା ପାଦୂକା, ଗୋଟିଏ ଅଷ୍ଟଲକ୍ଷ୍ମୀଙ୍କ ଛୋଟିଆ ରୂପା ହାଣ୍ଡି, ଦୁଇ ଗୋଟି ରୂପା ଲ୍ୟାମ୍ପ, ୩ଗୋଟି ରୂପା କପ୍‌, ୪ଗୋଟି ରୂପା ଥଳି, ଦୁଇ ଗୋଟି ବଡ ଦୀପାଳୀ ଏବଂ ନଗଦ ୨୬ହଜାର ଟଙ୍କା ବରାମତ କରାଯାଇଥିବାର ସାମ୍ବାଦିକ
ମାନଙ୍କୁ ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଦର୍ଶ ଥାନାର ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତଥିଲେ ।

 

Exit mobile version