ଯୋଗ ଅଲମ୍ପିଆଡ୍ ରେ ଜାତୀୟ ସ୍ତରକୁ ମନୋନୀତ ହେଲେ ଛାତ୍ର ଜଗବନ୍ଧୁ

ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା କୋଷାକଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ର ଜଗବନ୍ଧୁ ସାମନ୍ତରା ରାଜ୍ୟ ସ୍ତରୀୟ ଯୋଗ ଅଲମ୍ପିଆଡ୍ ରେ କୃତିତ୍ୱ ଅର୍ଜନ କରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ଛାତ୍ର ଜଗବନ୍ଧୁ ସାମନ୍ତାରା ଦୀର୍ଘ ୩ ବର୍ଷ ଧରି ସଂପଡ଼ା ଚିନ୍ତାମଣି ବିଦ୍ୟାପୀଠ ର ଯୋଗଗୁରୁ ପରମାନନ୍ଦ ଙ୍କ ଠାରୁ ଯୋଗ ଶିକ୍ଷା କରି ଆସୁଥିଲେ ।

ଆସନ୍ତା ୨୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଏନ୍ ସି ଇ ଆର୍ ଟି ଅଧିନରେ ଅନୁଷ୍ଠିତ ଯୋଗ ଅଲମ୍ପିଆଡ୍ ରେ ଯୋଗ ଦେବାପାଇଁ ଆସନ୍ତା ୧୬ ତାରିଖରେ ଜଗବନ୍ଧୁ ଯାତ୍ରା କରିବେ । ଛାତ୍ର ଜଗବନ୍ଧୁ ଜାତୀୟ ସ୍ତରକୁ ମନୋନୀତ ହୋଇଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା,ବିଦ୍ୟାଳୟର ସମସ୍ତ ଶିକ୍ଷକ ,

ଶିକ୍ଷୟତ୍ରୀ ଗୁରୁଜନ, ଗ୍ରାମବାସୀ ଛାତ୍ର ଜଗବନ୍ଧୁ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।ଜଗବନ୍ଧୁ ଙ୍କ ସଫଳତା ରେ ତାଙ୍କ ବାପା ଆନନ୍ଦ ସାମନ୍ତରା ଏବଂ ମା ସ୍ଵର୍ଣ୍ଣଲତା ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ଜାତୀୟ ସ୍ତରରେ ମଧ୍ୟ କୃତିତ୍ୱ ଅର୍ଜନ କରିବା ପାଇଁ ପ୍ରେରଣା ଓ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

Exit mobile version