ତିଗଲ ଗ୍ରାମରେ ପଲ୍ଲୀମଙ୍ଗଳ କମିଟିର ଏକ ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ମାଲକାନଗିର ପଡିଆ :- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତିଗଲ ପଞ୍ଚାୟତର ଗ୍ରାମର ବିକାଶ ଓ ଉନ୍ନତିକୁ ଦୃଷ୍ଟିରେ ରଖି ଗ୍ରାମର ଗୁରୁଜନ ବୁଦ୍ଧିଜିବୀ ଓ ମହିଳାଙ୍କୁ ନେଇ ଗ୍ରାମଠାରେ ପଲ୍ଲୀମଙ୍ଗଳ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରେ ବିଜୁ ଜନତା ଦଳ ର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ,ସୁଧାଂଶୁ ବିଶ୍ୱାସ, ସୁବାସ ବେନେର୍ଜି, ଅଶୋକ ହାଲଦାର,

ଆଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗ୍ରାମର ସଭାପତି ବରଦା ସର୍ଦାର, ସମ୍ପାଦକ ଗୁରୁ ଦାସ ମଣ୍ଡଳ, ସରପଞ୍ଚ ପ୍ରତିନିଧି ଦେବା କୁଞ୍ଜ, ସମୁଧର ଠିକାଦାର, ବିନ୍ଦୁ ବିଶ୍ୱାସ, ଜଗଦୀଶ ସର୍ଦାର, ପ୍ରମୁଖ ଉପସ୍ଥିତ ଥିଲେ । ଅୟୋଜିତ ଏହି ବୈଠକକୁ ବିଷ୍ଣୁ ସର୍ଦ୍ଦାର ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଯୁବ କର୍ମୀ, ଦୀପକ ରାୟ, ଅନିମେଶ ବିଶ୍ୱାସ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଆଇଟି କୋଡ଼ିନେଟର ସୁନିଲ ସାହୁ, ଉପସ୍ଥିତ ରହିବା ସହ। ବହୁ ବୁଦ୍ଧିଜିବୀ ଓ ବୋହୁ ସଂଖ୍ୟରେ ଗ୍ରାମର ମହିଳା ମଧ୍ୟ ଉପସ୍ଥିତ ରହି ନେଇ ନିଜର ମତ ବାଡ଼ି ଥିଲେ ।

ଉକ୍ତ ବୈଠକ ରେ ହୋଇଥିବା ଆଲୋଚନା ଓ ନିଷ୍ପତ୍ତି କୁ ସମସ୍ତେ ଗ୍ରହଣ କରିବା ସହ ଏହାକୁ ନେଇ କାର୍ଯ୍ୟପନ୍ଥା ଆପଣେଇ ନିଜ ଅଞ୍ଚଳ ର ବିକାଶ କରିବା ରେ ସହଯୋଗ ର ହାତ ବଢେଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗ୍ରାମାଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଙ୍କ ସ୍ୱପ୍ନ ଓ ଆବଶ୍ୟକ ପଡୁଥିବା ସମସ୍ତ ଜଣ କଲ୍ୟାଣ କାରୀ ଯୋଜନା ଲୋକଙ୍କ ନିକଟରେ ସିଧାସଳଖ ପହଞ୍ଚେଇବା ପାଇଁ ମାଲକାନଗିରି ବିଜୁ ଜନତା ଦଳ ସଦା ସର୍ବଦା ତତ୍ପର ବୋଲି ପ୍ରକାଶ କରିଛନ୍ତି ମୁଖ୍ୟ ଅତିଥି ଦୁର୍ଗାପ୍ରସାଦ ତ୍ରିପାଠି ।

Exit mobile version