ବିଶ୍ଵ ତମାଖୁ ବର୍ଜନ ଦିବସ – ରଣପୁର

ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ରଣପୁର :- ବିଶ୍ଵ ତମାଖୁ ଦିବସ ବର୍ଜନ (World No Tobacco Day) ଦିବସ ଉପଲକ୍ଷେ ରଣପୁର ନିକଟସ୍ଥ ନରସିଂହପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର,CHC-Rajsunakhala ତରଫରୁ ବିଭିନ୍ନ ସ୍ଥାନ ରେ ଯେପରିକି ବିଦ୍ୟାଳୟ ପରିସର , ପେଟ୍ରୋଲ ପମ୍ପ, ଶିକ୍ଷା ଅନୁଷ୍ଠାନ , ବିଭିନ୍ନ ଗାଁ ରେ ତମାଖୁ ବର୍ଜନ ପାଇଁ door to door Campaign କରାଯାଇଥିଲା ।

WHO Theme – Protect The Environment କୁ ଭିତ୍ତି କରି କିପରି ଆମେ ନିଜର ସ୍ବାସ୍ଥ୍ୟ ସଙ୍ଗେ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସେଥି ନିମନ୍ତେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଜିନତ କୁମାର ସିଂହଦେଓ , ସ୍ବାସ୍ଥ୍ୟ କର୍ମୀ ବିଜୟ କୁମାର ସାହୁ ଓ ବିମଳା ନନ୍ଦ ଙ୍କ ତତ୍ତ୍ଵାବଧାନରେ ଲୋକମାନଙ୍କୁ ଅବଗତ କରାଯାଇଥିଲା ।

ତମାଖୁ ସେବନ ଦ୍ଵାରା ମୁଖ କର୍କଟ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ଆସନ୍ତୁ ସଭିଏ ମିଳି ମିଶି ଏକ ତମାଖୁ ମୁକ୍ତ ଭାରତର ସ୍ବପ୍ନ କୁ ସାକାର କରିବା ।Campaign ସହିତ ଲୋକଙ୍କର Oral Cavity (ମୁଖ ଗହ୍ଵର ) examination , BP,BMI (Body Mass Index) ଇତ୍ୟାଦି ଚେକ୍ କରାଯାଇଥିଲା l

 

Exit mobile version