ବେଆଇନ୍ ପଥର ଚାଲାଣ ସମୟରେ : ଚାନ୍ଦପୁର ପୋଲିସ୍ ର ଅଚାନକ ଚଢ଼ାଉ – ୬ ଜଣ ଙ୍କୁ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍/୩୦ ମଇ ସୋମବାର/ଚାନ୍ଦପୁର :- ଚାନ୍ଦପୁର ରୁ ବେଆଇନ୍ ପଥର ଚାଲାଣ କରୁଥିବା ଖଣି ମାଫିଆ ଙ୍କୁ ଗିରଫ କରିଛି ପୋଲିସ  ସୂଚନାନୁସାରେ ରାଜ ଜଙ୍କିଆ ର ଏକ ଖଣି ଉପରେ ଅତର୍କିତ ଚଢାଉ କରି ବେଆଇନ୍ ମାଙ୍କଡ଼ା ପଥର ଚାଲାଣ କରୁଥିବା ମାଫିଆ ଙ୍କୁ ଗିରଫ କରିଥିବା ଜଣାଯାଇଛି । ଦିନ ଦ୍ବିପହରରେ ଖଣି ରୁ ବେଆଇନ୍ ଭାବେ ପଥର ଖନନ କରି ଚୋରାରେ ବିକ୍ରି କରୁଥିବା ଖଣି ମାଫିଆ ଙ୍କ ଉପରେ ଚଢ଼ାଉ କରି ୬ ଜଣ ଙ୍କୁ ଗିରଫ କରାଯାଇଛି । ତେବେ ଚାନ୍ଦପୁର ପୋଲିସ ଟିମ୍ ଡୁଙ୍ଗାପରୀ ରାଜ ଜଙ୍କିଆ ଗ୍ରାମ ରୁ ପଥର ଚାଲଣ ସମୟରେ ଖବର ପାଇ ଚଢ଼ାଉ କରିଥିଲେ ଉକ୍ତ ଖଣି ରୁ ଦୁଇଟି ପଥର ପୂର୍ଣ୍ଣ ଗାଡ଼ି ଓ ଗୋଟିଏ ପଥର କଟର ମେସିନ ଜବତ କରିଛି ପୋଲିସ୍ ।

ଦୀର୍ଘ ଦିନ ଧରି ପୋଲିସ ବାରମ୍ବାର ଖଣି ଖାଦନ ରେ ଚଢ଼ାଉ କରି ମାଫିଆ ମାନଙ୍କ ପାଇଁ ଆତଙ୍କ ସୃଷ୍ଟି କରୁଥିବା ବେଳେ ବେଆଇନ୍ ଖଣି ଲିଜ ନେଇ ପଥର ଖନନ କାର୍ଯ୍ୟ କରୁଥିବା ଖଣି ମାଫିଆ ମାନଙ୍କୁ ସଜାଗ କରିଦେଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଚାନ୍ଦପୁର ଥାନା ରେ ୬୧/ ୨୨ ରେ ୧୪ ଟି ଖଣି ମାଫିଆ ଙ୍କ ନାମ ରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ୬ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡ଼ିଛି

Exit mobile version