ଆଇପିଏଲ ରେ ଜୁଆ ଖେଳାଇ ଧରା ପଡିଲେ ୫ ଯୁଆଡି

ଓଡ଼ିଶା ତାଜା ନ୍ୟୁଜ୍/୩୦ ମଇ ସୋମବାର/ବରଗଡ଼ :- ଆଇପିଏଲ କ୍ରିକେଟ ମ୍ୟାଚ୍ ରେ ବେଟି° ଯୁଆ ଖେଳାଉ ଥିବା ବେଳେ ବରଗଡ଼ ଟାଉନ ପୋଲିସ ହାତରେ ଧରାପଡିଲେ ୫ ଯୁଆଡି । ତାଙ୍କ ଠାରୁ ପୋଲିସ ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି । ଗତ ୨୭ ତାରିଖ ଦିନ ଆଇପିଏଲ ର ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଏବଂ ରାଜସ୍ଥାନ ରୋୟାଲ ମଧ୍ୟରେ ମ୍ୟାଚ୍ ସମୟରେ ଅମ୍ବାପାଲି ସ୍ଥିତ ଗଜପତି ମଣ୍ଡପ ନିକଟରେ ଏକ ଅର୍ଦ୍ଧ ନିର୍ମିତ ଘରେ ଦୁଇ ଖେଳ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ବରେ ପୋଲିସ ର ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରିଥିଲେ ।

ସେ ସମୟରେ ଅନ ଲାଇନ କ୍ରିକେଟ ବେଟି° ହେଉଥିବା ଜଣାପଡିଥିଲା । ଘଟଣା ସ୍ଥଳରେ ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି,ବିମଳ କାନ୍ତ ନାଗ, ଦିଲ୍ଲିପ ଦାସକୁ ଗିରଫ କରିଥିଲେ । ସେଠାରୁ ୬ଲକ୍ଷ୧୪ହଜାର ନଗଦ ଟଙ୍କା ସହ ୩୦ ଟି ମୋବାଇଲ,୨ଟି ଲାଫ ଟପ, ମୋବାଇଲ ଚାର୍ଜର,ତାସ, ସେଟ୍ ଅଫ ବକ୍ସ,ଏଲିଡି ଟିଭି,ରୁଟର ଆଦି ଜବତ କରିଥିବା ସୂଚନା ଦେଇଛନ୍ତି ।

Exit mobile version