ବିପୁଳ ପରିମାଣର ଗଞ୍ଜେଇ ଜବତ – ଶରଣକୁଳ

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ଼ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ )୧୬ ମଇ,ଶନିବାର :- ନୟାଗଡ ବନଖଣ୍ଡ ଅଧିନସ୍ଥ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଠାରେ ଏ. ସି.ଏଫ.ଓ ଅରିନ୍ଦମ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପଞ୍ଚରିଡା ବନଖଣ୍ଡ ଅଧିକାରୀ ଅର୍ଚ୍ଚନା ଗମାଙ୍ଗୋ, ଓଡ଼ଗାଁ ବନଖଣ୍ଡ ଅଧିକାରୀ ଜ୍ୟୋତିରଞ୍ଜନ ମାନସିଂ ଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉକରି ଏକ ଗଞ୍ଜେଇ ବୋଝେଇ ଟାଟାସୁମୋ (OD 13 2672) ଗାଡିକୁ ଜବତ କରିଛି ଓ ସେହି ଗାଡ଼ିରେ ଥିବା ପଞ୍ଚିରିଡା ଗ୍ରାମ ର ମହାଦେବ ସାହୁ (୫୫) ଙ୍କୁ ଗିରଫ କରିଥିବା ବିଶ୍ଵସ୍ଥ ସୂତ୍ରରୁ ପ୍ରକାଶ

ଜବତ ଗାଡ଼ିରୁ ପ୍ରାୟ 54 କିଲୋ ର ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି ନୟାଗଡ ଜିଲ୍ଲା ରେ ଅବକାରୀ ବିଭାଗ ବେଶ ତୁମର ଅଧେକୁ ଆମର ଅଧେ ନ୍ୟାୟ କୁ ଆପଣେଇ ନିଜର ବ୍ୟକ୍ତିଗତ ପାଣ୍ଠି ବୃଦ୍ଧିରେ ମାତି ଥିବାବେଳେ ନୟାଗଡ ଜିଲ୍ଲା ଭଳି ଏକ ମାଦକ ଦ୍ରବ୍ୟ କ୍ଷେତ୍ରରେ ସ୍ପର୍ଶ କାତର ଜିଲ୍ଲା ରେ ସବୁ ଜାଣି ଅଜଣା ଅଭିନୟ କରୁଥିବା ଉପଅଧିକାରୀଙ୍କୁ ମୁଖ୍ୟଅଧିକାରୀ ଭାବେ ଭାରପ୍ରାପ୍ତ ଦାୟିତ୍ୱ ଦେବାରୁ ଅବକାରୀ ବିଭାଗ ର ଅନୁଶାସନ ଦୁର୍ବଳ ହେଉଥିବାରୁ ଏଭଳି ଘଟନା ବାରମ୍ବର ଘଟୁଛି ଆଗକୁ ଆହୁରି ଘଟିବ ବୋଲି ଜିଲ୍ଲା ସାରା ଉଦବେଗ ପ୍ରକାଶ ପାଇଛି ମିଳିଥିବା ସୂଚନା ଅନୁଯାୟୀ ଏଠାକାର ଅବକାରୀ ବିଭାଗ ର ଜଣେ ପଦସ୍ତ ଅଧିକାରୀଙ୍କ ଅଘୋଷିତ ନିର୍ଦେଶନାମାରେ ଏହାର ଚେର ଆହୁରି ଆଗକୁ ବୋଲି ଚର୍ଚ୍ଚା ହେଉଛି ଜଙ୍ଗଲ ବିଭାଗ କୁ ପ୍ରଂଶସା ମିଳିଛି

Exit mobile version