ଖାଲମଡା ସେବା ସମବାୟ ସମିତି ରେ ୧୩ ଜଣ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ – କୁଚକ୍ରୀ ଗୋଷ୍ଠୀ ନିରାଶ

ଓଡ଼ିଶା ତାଜା ନ୍ୟୁଜ୍/୩୦ ମଇ ସୋମବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମା ରେ ଥିବା ଖାଲ ମଡା ସେବା ସମବାୟ ସମିତି ରେ ସମବାୟ ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୫ ଟି ଜୋନ୍ କୁ ନେଇ ହେଉଥିବା ସମବାୟ ସମିତି ନିର୍ବାଚନ ରେ ୧୩ ଜଣ ପ୍ରାର୍ଥୀ ଙ୍କ ବିରୁଦ୍ଧରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ । ତେଣୁ ୧୩ ଜଣ ପ୍ରାର୍ଥୀ ଅପ୍ରତିଦ୍ବନ୍ଦି ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ପୁରୁଷୋତ୍ତମ ପରିଡ଼ା,ଆନନ୍ଦ ଚନ୍ଦ୍ର ମହାପାତ୍ର,ପ୍ରଦୀପ କୁମାର ପ୍ରଧାନ,ପ୍ରକାଶ କୁମାର ପ୍ରଧାନ, ମମତା ନାୟକ,ଅଖିଳ ଚନ୍ଦ୍ର ରଥ,

ଗୌରାଙ୍ଗ ସ୍ୱାଇଁ,ସୁରେନ୍ଦ୍ର ସାହୁ,ଲକ୍ଷ୍ମୀଧର ଜାନୀ, ପରଖୀତ ଜାନୀ,ପଞ୍ଚେଇ ନାଏକ,ଭଜମନ ମଳିକ, ମାଗୁଣି ମଳିକ ପ୍ରମୁଖ ଅପ୍ରତିଦ୍ଵନ୍ଦୀ ଡ଼ାଇ ରେକଟର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ।ଅପ୍ରତିଦ୍ଵନ୍ଦୀ ହୋଇଥିବା ୧୩ ଜଣ ପ୍ରାର୍ଥୀ ଙ୍କ ପ୍ରତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଆଶୀର୍ବାଦ ରହିଥିବା ଜଣା ପଡ଼ିଛି । ନିର୍ବାଚନ ଅଧିକାରୀ ସୁକାନ୍ତ ପଟ୍ଟନାୟକ, ସେବା ସମବାୟ ସମିତି ସମ୍ପାଦକ ଅମୟ କୁମାର ପ୍ରଧାନ ଙ୍କ ଉପସ୍ଥିତିରେ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୧୩ ଜଣ ପ୍ରାର୍ଥୀ ଅପ୍ରତିଦ୍ବନ୍ଦି ହେବା ପରେ ଲୋକ ମାନଙ୍କ ମଧ୍ୟରେ ଚାଲିଥିବା କଳ୍ପନା ଜଳ୍ପନା ର ଅନ୍ତ ଘଟିଛି । କୁଚକ୍ରି ଗୋଷ୍ଠୀ ମାନଙ୍କ ମେଳି ଫସର ଫାଟିଯାଇଥିବା ଲୋକ ଲୋଚନରେ ଆଲୋଚନା ହେଉଛି ।

 

Exit mobile version