ରଣପୁର ଦୁଇ ବିଧାୟକଙ୍କ କଳିରେ : ୪ ଟି ଶିକ୍ଷାନୁଷ୍ଠାନ ସ୍କୁଲ ପିଲା ପଡ଼ିବେ ବଳି

କାହା ପ୍ରେରଣାରେ ଏଭଳି ବସ୍ ଷ୍ଟାଣ୍ଡ କରିବାର ନିଷ୍ପତ୍ତି ନିଆଗଲା …?

ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ଉକ୍ତ ସ୍ଥାନରେ ପାଠାଗାର ଓ ଅଡିଟୋରିୟମ ପାଇଁ ୨୦ ଲକ୍ଷ ଟଙ୍କାର କାର୍ଯ୍ୟଦେଶ ଜାରି କରିଥିଲେ ତେବେ ତାଙ୍କ ପରେ ବର୍ତ୍ତମାନର ବିଧାୟକ ଏହାକୁ ବଦଳାଇ ବସଷ୍ଟାଣ୍ଡ କରିବାର ନିଷ୍ପତ୍ତି ନେବା ଏକ ଅପ୍ରୀତିକର ବିଷୟ ହୋଇଛି ।

ସ୍କୁଲ ନିକଟରେ ବସଷ୍ଟାଣ୍ଡ କୁ ବିରୋଧ :- ସ୍କୁଲ ନିକଟରେ ବସଷ୍ଟାଣ୍ଡ କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଜନସାଧାରଣ ; ଶିକ୍ଷାନୁଷ୍ଠାନ ଗୁଡିକରେ ବାଧା ସୃଷ୍ଟି ହେବ ଏ ନେଇ ନଜର ନାହିଁ ବିଧାୟକ ଙ୍କ ର ଅଡିଟୋରିୟମ ଓ ପାଠାଗାର ର ନିଷ୍ପତ୍ତି କୁ ବଦଳାଇ ବସଷ୍ଟାଣ୍ଡ କରିବାର ନିଷ୍ପତ୍ତି ନିଆଗଲା କାହିଁକି …?

ଶିକ୍ଷା କ୍ଷେତ୍ରରେ ବିଧାୟକଙ୍କର ଏଭଳି ଢିଲା ମନିବୃତ୍ତି କୁ ଅଭିଭାବକ ମାନେ ନିନ୍ଦା କରିଥିବା ଦେଖିବାକୁ ମିଳିଥିଲା ।

ଦୁଇ ବିଧାୟକ ଙ୍କ ମଝିରେ କଳି ଲଗାଇଲା କିଏ …?

ଓଡ଼ିଶା ତାଜା ନ୍ୟୁଜ୍/୩୦ ମଇ ସୋମବାର/ରଣପୁର :- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳରେ ଯାତ୍ରୀ ଙ୍କ ପାଇଁ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ହେବା ପାଇଁ ସ୍ଥାନ ନିର୍ଦ୍ଧାରଣ କରିଛନ୍ତି ବିଧାୟକ । ହେଲେହେଁ ଏହି ପ୍ରକଳ୍ପ କାର୍ଯ୍ୟ କୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖିବାକୁ ମିଳୁଛି । ବସ୍ ଷ୍ଟାଣ୍ଡ ହେବାକୁ ସ୍ଥିର ହୋଇଥିବା ଜାଗାଟି ସରକାରଙ୍କର ହୋଇଥିଲେ ମଧ୍ୟ ତାହା ନିକଟରେ ୪ ଟି ଶିକ୍ଷାନୁଷ୍ଠାନ ରହିଛି । ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସମେତ ପ୍ରାଥମିକ ବିଦ୍ୟାଳୟ ଦୁଇଟି ରହିଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟ ରହିଛି ।

ଶିକ୍ଷାନୁଷ୍ଠାନ ନିକଟରେ ସରକାର ଙ୍କ ର ବସ୍ ଷ୍ଟାଣ୍ଡ ପ୍ରକଳ୍ପ ନିର୍ମାଣ ହେଲେ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ଗ୍ରହଣ କ୍ଷେତ୍ରରେ ବହୁ ସମସ୍ୟା ଉପୁଜିବା ସହ ଗାଡ଼ି ମୋଟର ଚଳାଚଳ ଅତିରିକ୍ତ ରହିବା ଫଳରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଶିକ୍ଷାନୁଷ୍ଠାନ ନିକଟରେ ବସ୍ ଷ୍ଟାଣ୍ଡ ନିର୍ମାଣ ହେବା ଘଟଣାକୁ ପୂର୍ବରୁ ଜନସାଧାରଣ ଓ ଅଭିଭାବକ ମାନେ ବିରୋଧ କରୁଥିବା ଦେଖିବାକୁ ମିଳିଥିଲେ ମଧ୍ୟ ବିଧାୟକଙ୍କ ମନମୁଖୀ ନୀତି ପାଇଁ ଉକ୍ତ ସ୍ଥାନରେ ବସ୍ ଷ୍ଟାଣ୍ଡ ପାଇଁ ସ୍ଥାନ ଚୟନ କରିଥିବା ଦେଖିବାକୁ ମିଳିଛି ।

ଯାହାକୁ ଜନସାଧାରଣ ଓ ବରିଷ୍ଠ ବୁଦ୍ଧିଜୀବୀ ମାନେ ତୀବ୍ର ବିରୋଧ କରି ରାସ୍ତା ଘେରାଉ କରିଥିବା ଜଣାପଡ଼ିଛି । ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ରଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ସାଧାରଣତଃ ଉକ୍ତ ସ୍ଥାନରେ ଅଡିଟୋରିୟମ କିମ୍ବା ପାଠାଗାର କରିବା ପାଇଁ ଜାଗା ସ୍ଥିର କରାଯାଇଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ବିଧାୟକଙ୍କ ଶତ ପ୍ରଚେଷ୍ଟାରେ ବସ୍ ଷ୍ଟାଣ୍ଡ ପ୍ରକଳ୍ପ ସ୍ଥାପନ କରାଯାଇ ଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ଏଠାରେ କାହିଁକି ପୂର୍ବତନ ବିଧାୟକଙ୍କ ନିଷ୍ପତ୍ତି ଅନୁସାରେ ପାଠାଗାର ଏବଂ ଅଡିଟୋରିୟମ ସ୍ଥାପନ କରାଗଲା ନାହିଁ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନାନୁସାରେ ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ଉକ୍ତ ସ୍ଥାନରେ ପାଠାଗାର ଓ ଅଡିଟୋରିୟମ ପାଇଁ ୨ ଲକ୍ଷ ଟଙ୍କାର କାର୍ଯ୍ୟଦେଶ ଜାରି କରିଥିଲେ ତେବେ ତାଙ୍କ ପରେ ବର୍ତ୍ତମାନର ବିଧାୟକ ଏହାକୁ ବଦଳାଇ ବସଷ୍ଟାଣ୍ଡ କରିବାର ନିଷ୍ପତ୍ତି ନେବା ଏକ ଅପ୍ରୀତିକର ବିଷୟ ହୋଇଛି । କାହା ପ୍ରେରଣାରେ ଏଭଳି ବସ୍ ଷ୍ଟାଣ୍ଡ କରିବାର ନିଷ୍ପତ୍ତି ନିଆଗଲା …? ସାଧାରଣରେ ଏଭଳି ପ୍ରଶ୍ନ ଉଠିଛି ।

ଏହାକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁ ବୈଠକ ରେ ବରିଷ୍ଠ ଶିକ୍ଷକ ଓ ବୁଦ୍ଧିଜୀବୀ , ଅଭିଭାବକ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟ କୁ ବିରୋଧ କରିଥିଲେ । ଶିକ୍ଷା କ୍ଷେତ୍ରରେ ବିଧାୟକଙ୍କର ଏଭଳି ଢିଲା ମନିବୃତ୍ତି କୁ ଅଭିଭାବକ ମାନେ ନିନ୍ଦା କରିଥିବା ଦେଖିବାକୁ ମିଳିଥିଲା । ତେବେ ଶିକ୍ଷାନୁଷ୍ଠାନ ଗୁଡିକରେ ବାଧା ନଉପୁଜିଲା ଭଳି ସ୍ଥାନ ଚୟନ କରି ସେଠାରେ ବସ୍ ଷ୍ଟାଣ୍ଡ ପ୍ରକଳ୍ପ ନିର୍ମାଣ କରିବାକୁ ସାଧାରଣ ରେ ଦାବି ହୋଇଛି ।

Exit mobile version