ଅବସର କାଳୀନ ସମର୍ଦ୍ଧନା ସଭା

ଓଡ଼ିଶା ତାଜା ନ୍ୟୁଜ୍ /୨୯ ମଇ ରବିବାର/ବରଗଡ଼ :- ବରଗଡ ଜିଲ୍ଲା ର ଅନ୍ୟତମ ପୁରାତନ କଲେଜ ଲରମ୍ଭା ମହାବିଦ୍ୟାଳୟ ର ଲେବଟ୍ରେରୀ ଆସିଷ୍ଟାଣ୍ଟ (ପଦାର୍ଥ) ଧବଳେଶ୍ଵର ଗୁରୁ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଲରମ୍ଭା ମହାବିଦ୍ୟାଳୟ ର ପ୍ରଫେସର ଡ଼ଃ ଅମୃତା ସାମନ୍ତ, ପ୍ରଫେସର କିଶୋର କୁମାର ମହାନ୍ତି, ଡଃ ଦିଗମ୍ବର ଚାନ୍ଦ, ପ୍ରଫେସର ଅଶୋକ କୁମାର ମହାନ୍ତି ଅବସରପ୍ରାପ୍ତ ଗୁରୁଙ୍କ ଦୀର୍ଘ ୩୯ ବର୍ଷର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ ।

ଅବସରପ୍ରାପ୍ତ ଧବଲେଶ୍ବର ଗୁରୁ ଚାକିରୀ ରେ ୧୯୮୩ ମସିହାରେ ଯୋଗ ଦାନ କରିଥିଲେ । ସେ ସମୟରେ ସ୍ଵର୍ଗତ ଶିକ୍ଷାବିତ୍ ତଥା ଫିଲ୍ମମ ଅଭିନେତା ଶରତ ଚନ୍ଦ୍ର ପୂଝାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ ।  ଅବସର ପ୍ରାପ୍ତ ଧବଳେଶ୍ଵର ଗୁରୁ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ କରଯାଇ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଭାରେର ଡକ୍ଟର ଶାନ୍ତି ଲତା ବାରିକ, ମନୋରଞ୍ଜନ ତ୍ରିପାଠୀ, ପବିତ୍ର ମାହାଣା, ପ୍ରମୋଦ କୁମାର ସେଠ୍, ପ୍ରଦୀପ ପଣ୍ଡା, ସରୋଜ ନାୟକ, ରବିନ୍ଦ୍ର ନାୟକ, ଲିଙ୍ଗରାଜ ପୋଢ, ବିଦେଶୀ ଛନ୍ଦ ପ୍ରମୁଖ ଉପସ୍ଥିତି ଥିଲେ ।

Exit mobile version