କାଳିଆମ୍ବା ଡ୍ୟାମ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ୍ /୨୯ ମଇ ରବିବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ପଞ୍ଚାୟତ ଅଧୀନରେ ଥିବା କାଳିଆମ୍ବା ଡ୍ୟାମ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । ସୂଚନା ଅନୁଯାୟୀ ନୟାଗଡ ବନଖଣ୍ଡ ଅଧୀନରେ ଥିବା ବାହାଡ ଝୋଲା ନିକଟସ୍ଥ କାଳିଅାମ୍ବା ଠାରେ କିଛି ହେକ୍ଟର ଜମି ରେ ମାଇନର ଇରିଗେସନ୍ ପ୍ରକଳ୍ପ ମାଧ୍ୟମରେ ଏକ ଡ୍ୟାମ୍ ଦୁଇ ଦଶନ୍ଧି ପୂର୍ବରୁ ହେବାକୁ ଥିବାବେଳେ ସେହି ଜମି ଗୁଡ଼ିକ ଜଙ୍ଗଲ ଜମି ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇ ରହିଥିଲା ।

ଯାହା ଫଳରେ କୃଷକ ମାନଙ୍କ ଚାଷ ଜମି ଜଳ ସେଚିତ ହେବାରୁ ବଞ୍ଚିତ ହୋଇଥିଲା । କୃଷକ ମାନଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ସେଠାରେ କିପରି ପ୍ରକଳ୍ପ ହେବ ସେଥିପ୍ରତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଚେଷ୍ଟା ଜାରୀ ରଖିଥିଲେ । ଯାହା ଫଳରେ ଦୀର୍ଘ ଦୁଇ ଦଶନ୍ଧି ଧରି ପଡି ରହିଥିବା ପ୍ରକଳ୍ପ ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏନେଇ ସରକାରଙ୍କ ତରଫରୁ ୧୩.୭୮ ହେକ୍ଟର ଜଙ୍ଗଲ ଜମି ଡ଼ାଇଭର୍ସନ୍ ହୋଇ ମାଇନର ଇରିଗେସନ୍ ପ୍ରକଳ୍ପ ହେବା ପାଇଁ ଅନୁମତି ମିଳିଛି ।

ପ୍ରକଳ୍ପ ହେବା ଦ୍ଵାରା କୃଷକ ମାନଙ୍କ ଛଅ ଶହ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇପାରିବ ବୋଲି ଜଣା ପଡିଛି । ତେବେ କୃଷିର ଉନ୍ନତି ପାଇଁ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁମତି ମିଳିଥିବାରୁ ନୂଆଗାଁ ବ୍ଲକ୍ ର ଜନସାଧାରଣ ବିଧାୟକ ଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି । ଆଜି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହିତ ବିଭାଗୀୟ ଅଧିକାରୀ ,ସରପଞ୍ଚ ,ସମିତି ସଭ୍ୟ , ସଭ୍ୟା ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Exit mobile version