
ଓଡ଼ିଶା ତାଜା ନ୍ୟୁଜ୍ /୨୯ ମଇ ରବିବାର/ପଦ୍ମପୁର :- ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ମଇ ୨୫ ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ତିନି ଦିନ ଧରି ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉଦଯାପିତ ହୋଇ ଯାଇଛି । ନାମ ଯଜ୍ଞ ର ତୃତୀୟ ଦିନରେ ନାମ ସମାପନ ସହ ପୂର୍ଣ୍ଣାହୁତି ପରେ ଦହି ହାଣ୍ଡି ଭଗ୍ନ, ପରେ ବୈଠକୀ ସଂକିର୍ତନ ଦଳ ଶବରପଡା,ମଶାନକୁଣ୍ତା,ସାରଙ୍ଗଶିଳୀ, ଦର୍ଲିପାଲି,ପୁରେନା କ,ପୁରେନା ଖ ଦଳ ଙ୍କ ପରିବେଷଣ ହୋଇଥିଲା । ଶିକ୍ଷକ ହରେକୃଷ୍ଣ ଡନସନାଙ୍କ ସଭାପତିତ୍ବରେ ବୈଠକୀ ସଂକିର୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

