ଓଡ଼ିଶା ତାଜା ନ୍ୟୁଜ୍ /୨୯ ମଇ ରବିବାର/ମାଲକାନଗିରି :- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ପଡିଆ ଥାନା ପକ୍ଷରୁ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାଲଦାପାଲ୍ଲୀ ପଞ୍ଚାୟତ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ପଡିଆ ଥାନାରେ ଅନୁଷ୍ଠିତ ବୈଠକରେ ଥାନା ଅଧିକାରୀ ସୁନିଲ କୁମାର ସୋରେନ ଅଧ୍ୟକ୍ଷତା କରିଥିଲେ । ଘରୋଇ ହିଂସା, ମାଦକ ଦ୍ରବ୍ୟ ସେବନ ଓ ବିକ୍ରିକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା, ଆଇନ ସେବା ପ୍ରାଧିକରଣ ବାବଦରେ ଵୁଝାଯିବା ସହ ଗ୍ରାମାଞ୍ଚଳରେ ଖାପ୍ ପଞ୍ଚାୟତରେ ଅପରାଧୀକ ମାମଲାକୁ ନେଇ ବୈଠକ ନ କରିବା ପାଇଁ କୁହାଯାଇଥିଲା ।

କାର୍ଯ୍ୟକ୍ରମ ଆରମ୍ଭରେ ପଡିଆ ଥାନା ଅଧିକାରୀ ଶ୍ରୀ ସୁନିଲ କୁମାର ସୋରେନ ପୁଲିସ ଓ କିଛି ମାମଲା ସଂପର୍କରେ ମଧ୍ୟ ଆଲୋଚନା କରାଯିବ ସହ ଏହାର ପ୍ରଭାବ ସଂପର୍କରେ ଆଲୋଚନା କରିଥିଲେ । ଥାନାରେ ମୋ ସରକାର ବ୍ୟବସ୍ଥା ରହିଛି ।
