
ଓଡ଼ିଶା ତାଜା ନ୍ୟୁଜ୍ /୨୮ ମଇ ଶନିବାର/ପୁରୀ :- ଏକ ସାମ୍ବାଦିକ ସମ୍ମିଳନୀରେ ଏସପି କେ . ବିଶାଲ ସିଂହ କହିଛନ୍ତି ଯେ ଉଭୟ ସହର ଓ ସଦର ଅଂଚଳରେ ଚଢ଼ାଉ କରି ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ପୁରୀର ବିଭିନ୍ନ ଅଂଚଳରୁ ପୁଲିସ ୭ ଜଣ ଚୋରା ବନ୍ଧୁକ ବ୍ୟବସାୟୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଜବତ କରିଛି । ସେମାନେ ହତ୍ୟାକାଣ୍ଡ, ରାହାଜାନି ଓ ଅନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ କହିଛି ।
