
ଓଡ଼ିଶା ତାଜା ନ୍ୟୁଜ୍ /୨୮ ମଇ ଶନିବାର/ବାଲିଗୁଡା :- କିଛି ଦିନର ବ୍ୟବଧାନ ପରେ ପୋଷ୍ଟର ବ୍ୟାନର ଜାରି କରି କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓ ସଙ୍ଗଠନ । ସେପଟେ ପୋଲିସ ମାଓ ଦମନକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି ସଙ୍ଗଠନ । ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମୁତୟନ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ଟିଫିନ୍ ବୋମା ହୋଇଛି ଉଦ୍ଧାର । ସୂଚନା ପ୍ରକାରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଲଙ୍କାଗଡ଼ ଗ୍ରାମପଞ୍ଚାୟତର ଗାହାଲି ଗ୍ରାମର ଜଣେ ଅଜ୍ଞାତ ବ୍ୟକ୍ତି ବ୍ୟାଗରେ କିଛି ଜିନିଷ ବୋହି ନେଇ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ସିଆରପିଏଫ୍ କମାଣ୍ଡାଣ୍ଟ୍ ରଣନିତି ପ୍ରସ୍ତୁତ କରିଥିଲେ ।

