ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭାଶାଳୀ ଖେଳାଳିଙ୍କୁ ନେଇ କ୍ରୀଡ଼ା ପ୍ରତିଯୋଗିତା

ଓଡ଼ିଶା ତାଜା ନ୍ୟୁଜ୍ /୨୮ ମଇ ଶନିବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ଠାରେ ରାଜ୍ୟ କ୍ରୀଡା ବିଭାଗ ତରଫରୁ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ କ୍ରୀଡା ଛାତ୍ରଛାତ୍ରୀ ମାନଙ୍କୁ ନେହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ l ଗଜପତି ଜିଲ୍ଲାର ମୁନିସିପାଲିଟି ସମେତ ସମସ୍ତ ବ୍ଲକରେ ୨୭ରୁ ୨୯ତାରିଖ ପ୍ରର୍ଯ୍ୟନ୍ତ ତିନିଦିନ ଧରି ଚାଲୁ ରହିଛି l

ଏଥିରେ ତାଲିମ ପାଇଥିବା ବ୍ଲକ ସ୍ତରୀୟ କ୍ରୀଡା ଦକ୍ଷତା ବୃଦ୍ଧି ଟେଷ୍ଟ କରି ଚୟନ କରାଯାଇଛି l ଏଥିରେ ଆଦର୍ଶ ବିଦ୍ୟାଳୟ ଚନ୍ଦ୍ରଗିରି, ବି.ଅର୍. ଆମ୍ବେଦକର କଲେଜ ଖୁଜୁରୀପଡା ଏବଂ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ଠାରେ ସ୍ଥାନ ନିରୂପଣ କରାଯାଇଛି lଏଥିରେ ଗଜପତି ଜିଲ୍ଲାର କ୍ରୀଡା ଛାତ୍ରଛାତ୍ରୀ ୩୭୧ଜଣ ଅଂଶ ଗ୍ରହଣ କରି ପ୍ରତିଯୋଗିତାରେ ଭାଗ ନେଇ ଥିଲେ l ଅନ୍ୟମାନଙ୍କ ମଧ୍ୟରୁ ଜିଲ୍ଲା କ୍ରୀଡା ଅଧିକାରୀ ନଟବର ଗରଡ଼ା, ଏବଂ ଜିଲ୍ଲାର ବିଭିନ୍ନ ସ୍କୁଲର ପିଇଟି ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ l

Exit mobile version