କାର ବାଇକ ମୁହାଁମୁହିଁ ଧକ୍କା , ଦୁଇ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ୍ /୨୮ ମଇ ଶନିବାର/ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଂଚଳରେ କିଛି ଦିନ ହେବ ସଡକ ଦୁର୍ଘଟଣା ଘଟିବା ଘଟଣା ବନ୍ଦ ରହିବା ସହ ଦୁର୍ଘଟଣାରେ କେହିଁ ମୁତ୍ୟୁ ବରଣ କରିବା ଘଟଣା କିଛି ମାତ୍ରା ରେ କମି ଯାଇ ଥିବା ବେଳେ ଆଜି ହଠାତ ସଡକ ଦୁର୍ଘଟଣା ଘଟଣାରେ ୨ ଜଣ ଗୁରୁତ ଆହାତ ଅବସ୍ଥାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତି ହୋଇଥିବାର ଜଣାପଡିଛି ! ବୈପାରିଗୁଡା ପୋଲିସ ଓ ଥାନା ଅଧିକାରୀ ତଥା ଡିଏସପି ବିରଂଚି ନାରାୟଣ ଜଗତଙ୍କ ପକ୍ଷରୁ ସଡକ ସୁରକ୍ଷା କମାଇବା ଉର୍ଦ୍ଦେଶ୍ୟ କୁ ନେଇ ଅଂଚଳରେ ଯାନବାହାନ ଯାଂଚ କଡାକଡି କରିବା ସହ ରାତ୍ରି ସମୟରେ ମଧ୍ୟ ଯାଂଚ କଡାକଡି ଚାଲିବା ସହ ଜନସାଧାରଣଙ୍କୁ ସଡକ ସୁରକ୍ଷାକୁ ନେଇ ବାରମ୍ବାର ସଚେତନତା ମଧ୍ୟ କରାଇବା ପରେ ଏହି ଅଂଚଳରେ କିଛି ମାତ୍ରାରେ ଦୁର୍ଘଟଣା କମିବା ସହ ଡିଏସପି ବିରଂଚି ନାରାୟଣ ଜଗତ ବେଶ ପରିଚିତ ମଧ୍ୟ ହୋଇଛନ୍ତି !

କହିବାକୁ ଗଲେ କିଛି ଦିନର ବିରତି ପରେ ଆଜି ପୁଣି ଥରେ ବୈପାରିଗୁଡା ଥାନା ଅନ୍ତର୍ଗତ ବୈପାରିଗୁଡା କୁନ୍ଦୁରା ରାସ୍ତାର କାନ୍ଦୁଲଗୁଡା ଗ୍ରାମ ପାଖ ରେ କାର ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି ! ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ତେବେ କାର ନଂ ଓଆର ୦୨ ଏଡବ୍ଲୁ ୩୫୨୫ କୁନ୍ଦୁରା ପଟେ ଯାଉ ଥିବା ବେଳେ ବିପରୀତ ଦିଗରୁ ବାଲିଗାଁ ଅଂଚଳ ସ୍ବାମୀ ଓ ସ୍ତ୍ରୀ ବାଇକ ନଂ ଓଡି ୧୦ ଟି ୫୩୬୭ ଯୋଗେ ବୈପାରିଗୁଡା ଗ୍ରାମକୁ ଆସୁଥିବା ସମୟରେ ହିଁ ଦୁହିଁଙ୍କ ମଧ୍ୟ ମୁହାଁମୁହିଁ ଧକ୍କା ହୋଇଛି !

ଖବର ପାଇବା ମାତ୍ରା ବୈପାରିଗୁଡା ଥାନା ଅଧିକାରୀ ତଥା ଡିଏସପି ବିରଂଚି ନାରାୟଣ ଜଗତ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିବା ସହ ଆହାତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସାଳୟରେ ପହଂଚି ଘଟଣା ବିଷୟରେ ପଚାରି ବୁଝିଥିବାର ଦେଖାଯାଇଛି ! ଘଟଣାସ୍ଥଳରେ ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ କରୁଛି । ତେବେ ସୌଭାଗ୍ୟ କ୍ରମେ ବାଇକରେ ଥିବା ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବାଇକ ଚାଳକଙ୍କୁ କୋରାପୁଟ ସ୍ଥିତ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି !

Exit mobile version