ଶକ୍ତି ମନ୍ତ୍ରୀଙ୍କ ସହ ତି୍ରନିଦାଦ୍‌ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ସାକ୍ଷାତ

ଓଡ଼ିଶା ତାଜା ନ୍ୟୁଜ୍ /୨୮ ମଇ ଶନିବାର/ଭୁବନେଶ୍ୱର :- ତି୍ରନିଦାଦ୍‌ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅରୁଣ କୁମାର ସାହୁ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ (ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ତାଙ୍କର ଏହି ସାକ୍ଷାତ ସମୟରେ ତି୍ରନିଦାଦ୍‌ରେ ରହୁଥିବା ଭାରତୀୟମାନଙ୍କ ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ ଜୀବନଶୈଳୀ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ।

ଏଥି ସହିତ ତାଙ୍କର ଜନ୍ମସ୍ଥାନ ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦିଗରେ କି ପ୍ରକାର ପଦକ୍ଷେପ ସବୁ ନିଆଯାଇପାରେ ତାହା ସେ ଆଲୋଚନା କରିଥିଲେ । ତେବେ ଏହି ସାକ୍ଷାତ କେବଳ ସୌଜନ୍ୟମୂଳକ ଥିବା ସେ କହିଥିଲେ । ପରେ ସେ ସେଠାରୁ କିଟ୍‌ରେ ଏକ ସେମିନାର୍‌ରେ ଯୋଗଦେବାକୁ ଯାଇଥିଲେ ।

 

Exit mobile version