ଚାନ୍ଦପୁର ରୁ ଲୁହା ଛଡ଼ ବୋଝେଇ ଟ୍ରକ ଜବତ ଓ ଚାରି ଜଣ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/ଚାନ୍ଦପୁର :- ଚାନ୍ଦପୁର ରେ କିଛି ଦିନ ଧରି ଲୁହା ଛଡ ଚୋରା ଚାଲଣ କରି ବେଆଇନ୍ ଭାବେ ବିକ୍ରି କରୁଥିବା ମାଫିଆ ଗ୍ୟାଙ୍ଗଙ୍କ ଉପରେ ପୋଲିସ ଚଢାଉ କରିଛି । ନୟାଗଡ ଏସପି ଙ୍କ ତତ୍ତ୍ୱାବଧାନରେ ବେଆଇନ ଭାବେ ଛଡ଼ ଚାଲାଣ କରୁଥିବା ଅବସ୍ଥାରେ ଲୁହା ଛଡ଼ ବୋଝେଇ ଟ୍ରକ ଜବତ କଲା ଚାନ୍ଦପୁର ପୋଲିସ ।

କର୍ଣ୍ଣାଟକ ରୁ ବେଲୁରୁ ଯାଉଥିବା ଏସ୍ ଡବ୍ଲୁ କମ୍ପାନୀର ଲୁହାଛଡ଼ ବୋଝେଇ ଗାଡ଼ିରୁ ଡ୍ରାଇଭର ଓ ହେଲ୍ପର ବ୍ୟତୀତ ଅନ୍ୟ ଦୁଇ ଅଭିଯୁକ୍ତ ଲୁହାଛଡ଼ ଚୋରାରେ ବିକ୍ରି କରୁଥିବା ବେଳେ ଚାନ୍ଦପୁର ଥାନା ପୋଲିସ ସୁରାକ ପାଇ ଉକ୍ତ ବୋଝେଇ ଗାଡ଼ି ଉପରେ ଚଢ଼ାଉ କରି ଲୁହା ଛଡ ଜବତ କରିଥିବା ଜଣାପଡ଼ିଛି ।

ଏହି ଚଢ଼ାଉରେ ଆଈ ଆଇସି ରଶ୍ମି ରଞ୍ଜନ ଦାସ ଓ ତଦନ୍ତ ଅଧିକାରୀ ଅଞ୍ଜଳୀ ସାହା ଙ୍କ ଟିମ୍ ବହୁତ ଦିନରୁ ଏହି ଲୁଟେରା ଗ୍ୟାଙ୍ଗ ଉପରେ ଦୃଷ୍ଟି ରଖିବା ପରେ ଆଜି ଉକ୍ତ ଗ୍ୟାଙ୍ଗ ଉପରେ ଚଢାଉ କରି ଏକ ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି ଥାନା ଅଧିକାରୀ । ଚଢ଼ାଉ ସମୟ ରେ ଉକ୍ତ ଗାଡିରେ ଥିବା ଡ୍ରାଇଭର ଓ ହେଲ୍ପର ସମେତ ଅନ୍ୟ ସହଯୋଗୀ ଜଣଙ୍କୁ ଗିରଫ କରି  ତାଙ୍କ ନାମରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ପ୍ରକାଶ କରିଛନ୍ତି ।

Exit mobile version