
ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/ନୟାଗଡ଼ :- ବ୍ଲକ ଅନ୍ତର୍ଗତ ଜାମୁସାହି ଗ୍ରାମର ଶିଶିର ରାଉତ ସେହି ଗ୍ରାମର ଅନୁପମା ରାଉତଙ୍କୁ ପ୍ରେମ ବିବାହ କରିଥିଲେ। ସମୟକ୍ରମେ ଉଭୟେ ଯଥାକ୍ରମେ ଏକ କନ୍ୟା ସନ୍ତାନ ଓ ପୁତ୍ର ସନ୍ତାନ ଲାଭ କରିଥିଲେ। ଉଭୟଙ୍କ ସଂସାର ହସଖୁସିରେ ଚାଲିଥିଲା, ହେଲେ ହଠାତ୍ ଦିନେ ଶିଶିର ମୁଣ୍ଡ ବୁଲାଇବା କାରଣରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ। ପରେ ପରିବାର ଲୋକ ଡାକ୍ତରଖାନା ନେବାରୁ ଡ଼ାକ୍ତର ସ୍ନାୟବିକ ରୋଗ ହୋଇଥିବାର ସୂଚନା ଦେଲେ। ତାଙ୍କର ଚିକିତ୍ସା ପାଇଁ ଗୁଡ଼ିଏ ଅର୍ଥର ଆବଶ୍ୟକ ହେଲା। ଅନୁପମା ଜମିବାଡ଼ି ବିକ୍ରି କରି ଚିକିତ୍ସା କରାଇଲେ ମଧ୍ୟ ସୁଫଳ ହେଲା ନାହିଁ ।

