ଧାନ୍ ଫାଉଣ୍ଡେସନ ତରଫରୁ ଭିଲେଜ ୟୁଥ୍ କ୍ୟାମ୍ପ

ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/ମାଲକାନଗିରି,ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ବାପାନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସିଲାକୋତା ଗ୍ରାମ ଠାରେ ଆଜି ଧାନ୍ ଫାଉଣ୍ଡେସନ ଆନୁକୂଲ୍ୟ ରେ ଏକ ଭିଲେଜ ୟୁଥ୍ କ୍ୟାମ୍ପ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରକୁ ଧାନ୍ ଫାଉଣ୍ଡେସନ ପଡିଆ ଫିଲ୍ଡ ଆସୋସିଆତ ରଶ୍ମିତା ତୁରୁକ ଏବଂ କାଲିମେଳା ଏସୋସିଆତ ରଶ୍ମିତା ମିସ୍ତ୍ରୀ ପରିଚାଳନା କରିଥିଲେ । ଏହି ତାଲିମ ଶିବିରରେ ଧାନ୍ ଫାଉଣ୍ଡେସନ ର ସିଏଫଏଲ୍ କାଳିମେଳା କୋଡିନେଟର କିରଣ ଖଣ୍ଡପନି ଯୋଗଦାନ କରି ଉପସ୍ଥିତ ଥିବା ସମସ୍ତ ଯୁବକ ଯୁବତୀ ମାନଙ୍କୁ ଧାନ୍ ଫାଉଣ୍ଡେସନ ର କାର୍ଯ୍ୟ ଉପରେ ବୁଝାଇ ଥିଲେ । ଏହି ଶିବିରର ମୃଖ୍ୟ ଉଦ୍ଦେଶ୍ୟ ଥିଲା କିପରି ଭାବରେ ସମସ୍ତେ ବ୍ୟାଙ୍କ ଗୁଡିକ ରେ ନିଜ ନିଜର ସଞ୍ଚୟ ଖାତା ଖୋଲିବେ ଏବଂ ବ୍ୟାଙ୍କଗୁଡିକର ସମସ୍ତ ସୁବିଧା ସୁଯୋଗ ପାଇପାରିବେ ।

ଏହି ଅବସରରେ ଧାନ୍ ଫାଉଣ୍ଡେସନ ର କାଳିମେଳା କୋଡିନେଟର ବ୍ୟାଙ୍କଗୁଡିକର ବିଭିନ୍ନ ସ୍କିମ ବିଷୟରେ ବୁଝାଇଥିଲେ । ଶିଵିର଼ରେ ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ସୁକନ୍ୟା ଯୋଜନା, ଅଟଳ ବାଜପେୟୀ ଯୋଜନା ଓ ଅନ୍ୟାନ୍ୟ ଯୋଜନା ବିଷୟରେ ବୁଝାଇଥିଲେ । ଏହି ଶିବିରର ମୃଖ୍ୟ ଉଦ୍ଦେଶ୍ୟ ଗାଁ ଗହଳି ଥିବା ସମସ୍ତେ ବୀମା ପଞ୍ଜିକରଣ କରିବା ସହିତ ଯେମିତି ସୁବିଧା ସୁଯୋଗ ପାଇପାରିବେ । ଏହି ଅବସରରେ ସିଲାକୋତା ଗ୍ରାମ ରେ ପଡିଆ ଗ୍ରାହକ ସେବା କେନ୍ଦ୍ରର ଦଳେଇ ବାଵୁ ଧାନ ଫଉଣ୍ଡେସନ ସହାୟତା ରେ ୧୫ ରୁ ୨୫ ସଞ୍ଚୟ ଖାତା ଖୋଲାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏନ୍ ରବି କୁମାର ସହଯୋଗ କରିଥିଲେ ।

Exit mobile version