
ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ବାଲସିଙ୍ଗା ପଞ୍ଚାୟତର ତେର୍ଲୋ ଗ୍ରାମ ଠାରୁ ମୁନିଗୁଡା ପଡ଼ାକୁ ସଂଯୋଗ କରୁଥିବା ରାସ୍ତା ସ୍ଥାନୀୟ ଲୋକଙ୍କ ଶିକ୍ଷା ସ୍ଵାସ୍ଥ୍ୟର ଗମନାଗମନ ପାଇଁ ଜଡ଼ିତ । ତେବେ ଏହି ରାସ୍ତା ନିର୍ମାଣ ପାଇଁ ରାଜନେତା ମାନଙ୍କ ପ୍ରତିଶ୍ରୁତି ପାଣିର ଗାର । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ପଡାବାସୀ ସବୁ ଦିନିଆ ରାସ୍ତାଟିଏ ଓ ପୋଲ ଖଣ୍ଡିକ ପାଇବାରେ ସାତ ସପନ ପାଲଟିଛି । ଏହି ରାସ୍ତା ନିର୍ମାଣରେ ସରକାରଙ୍କ ଯୋଜନାରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେବା ସହ ମାଟି ଓ ମୋରମ ମଧ୍ୟରେ କାମ ହଜିଯାଉଛି ।

