ଗଜପତି ଜିଲ୍ଲା ମୋହନା ବ୍ଲକ ଢେପାଲାଞ୍ଜୁ ଗ୍ରାମ ନିକଟରେ ଅଟୋ ରିକ୍ସା ଓଲଟିଆଦର୍ଶ ବିଦ୍ୟାଳୟର ୫ଛାତ୍ରୀ ଆହତ

ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଢେପାଲାଞ୍ଜୁ ଗ୍ରାମ ନିକଟରେ ଏକ ଅଟୋ ଓଲଟି ୫ ଜଣ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଆହତ ହୋଇଛନ୍ତି । ଅଟୋଟି ୧୦ ଜଣ ଛାତ୍ରୀ ଙ୍କୁ ନେଇ ଗୁଣ୍ଡିମା ସ୍ଥିତ ଆଦର୍ଶ ବିଦ୍ୟାଳୟରୁ ମୋହନା ଆସୁଥିବା

ସମୟରେ ଭାରସାମ୍ୟ ହରାଇ ଓଲଟି ପଡିବା ସହ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଆହତ ଛାତ୍ରୀ ମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି । ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Exit mobile version