ଗାଁ ଆମ୍ବ ପସରା ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/ବରଗଡ଼ :- ଚାଷୀ ଓ ଚାଷ ର ଉନ୍ନତି ପାଇଁ ସରକାର ସଦା ସର୍ବଦା ଆଗରେ। ବରଗଡ଼ ଜିଲ୍ଲାର ଆମ୍ବ ଚାଷୀ ତଥା ସ୍ବୟଂ ସହାୟକ ଗୋଷ୍ଠୀ ର ଉତ୍ପାଦିତ ଦ୍ରବ୍ୟର ବଜାର କରଣ ପାଇଁ ଆଜି ବରଗଡ଼ ବ୍ଲକ ଅଫିସ ସମ୍ମୁଖରେ ‘ ଗାଁ ଆମ୍ବ ପସରା’ ଷ୍ଟଲ୍ କୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଓରମାସ ଓ ଆରଏମସି, ବରଗଡ଼ ପକ୍ଷରୁ ଆୟୋଜିତ ଏହି ଆମ୍ବ ପସରା ରେ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଉତ୍ପାଦିତ ଆମ୍ବ ସେଠାରେ ଉପଲବ୍ଧ ହେଉଛି ।

ଏଠାରେ ବିଶେଷ କରି ଜୈବିକ ପଦ୍ଧତିର ପାକଳ ହେଉଥିବା ଆମ୍ବ ବିକ୍ରି ହେଉଥିବା ବେଳେ ଚାଷୀ ଙ୍କୁ ଉଚିତ୍ ମୂଲ୍ୟ ମିଳିପାରିବ ବୋଲି ଜିଲ୍ଲାପାଳ କହିଥିଲେ । ଆଜିର ଆମ୍ବ ପସରା ରେ ୧୪ ଉନ୍ନତ କିସମର ଆମ୍ବ ବିକ୍ରି ପାଇଁ ଉପଲବ୍ଧ ହେଉଥିବା ଓରମାସ ର ମୁଖ୍ୟ ରାଜ ଗୋପାଳ ଦାସ ସୂଚନା ଦେଇଥିଲେ ।

ଉଦଘାଟନୀ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ,ମିଶନ ଶକ୍ତି ର ଡିପିସି ଅନୀଲ ଦହଙ୍ଗା, ଉଦ୍ୟାନ ବିତ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଆରଏମସି ସମ୍ପାଦକ ସଦାକର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ତୋରା, ଜର୍ମୁଡାର ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ସହ ଭଟଲି,ବାଲିଯୁରୀ, ପାଇକମାଳ,ଧଉରାଖନ୍ଦା ଗ୍ରାମ ର ଚାଷୀ ମାନେ ନିଜ ଉତ୍ପାଦିତ ଆମ୍ବ ବିକ୍ରି ପାଇଁ ଆଣିଥିଲେ ।

Exit mobile version