ବୈପାରିଗୁଡାରେ ରକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ /୨୬ ମଇ ଗୁରୁବାର/ବୈପାରିଗୁଡା :- ରାଜ୍ୟ ପରିବହନ ପ୍ରାଧିକରଣ ଓ ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ବୈପାରିଗୁଡା ପଞ୍ଚାୟତ ସମିତି ସଭାକକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ରକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ବେଟି ଓ ମୋଟର ଯାନ ନିରୀକ୍ଷକ ଶ୍ରୀମତୀ ଚନ୍ଦ୍ରା ବିଶ୍ୱାସ ଯୋଗଦାନ କରି ରକ୍ଷକ ପ୍ରଶିକ୍ଷଣର ଆଭିମୁଖ୍ୟ, ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ,ଗୁଡ଼ ସମରିଟାନ ନୀତି,ମୋଟର ଯାନ ଆଇନର ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜକ ତଥା ପ୍ରଶିକ୍ଷକ ଯଜ୍ଞେଶ୍ବର ପଣ୍ଡା ପ୍ରଶିକ୍ଷଣର ବିଭିନ୍ନ ଦିଗ,ପ୍ରଶିକ୍ଷଣ ଶିବିରରୁ ଶିକ୍ଷା କରିଥିବା ଜ୍ଞାନ କୌଶଳକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରି ଆହତ ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ହରେକୃଷ୍ଣ ମହାରଣା, ତପନ କୁମାର ପରିଡ଼ା ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ପରିଡା ପ୍ରଶିକ୍ଷକ ଭାବେ ଯୋଗଦାନ କରି ପ୍ରଶିକ୍ଷ୍ୟାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ସମୀର ରଞ୍ଜନ ରାୟ ଓ ଶ୍ରୀଯୁକ୍ତ ସଞ୍ଜୟ କୁମାର ପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦୋକାନୀ,ସାଧାରଣ ଜନତା,ବ୍ୟବସାୟୀ,ଗାଡି ଚାଳକ,ହୋଟେଲ ମାଲିକ ପ୍ରଭୃତି ବ୍ୟକ୍ତି ବିଶେଷ ଫାଷ୍ଟ ରେଷ୍ପଣ୍ଡର ଭାବେ ତାଲିମ ଗ୍ରହଣ କରିଥିଲେ ।

Exit mobile version