ଓଡ଼ିଶା ତାଜା ନ୍ୟୁଜ୍ /୨୬ ମଇ ଗୁରୁବାର/ଭୁବନେଶ୍ୱର :- ଓଡ଼ିଶା ହେଉଛି ସର୍ଜନାର ମହାଭୂମି । ପ୍ରତିଭାର ପ୍ରକାଶ ଓ ବିକାଶ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି । ଓଡ଼ିଆ ଜାତୀୟତା ପ୍ରକୃତରେ ବିଶ୍ୱ କଲ୍ୟାଣ ପାଇଁ ଅଭିପ୍ରେତ । ଆଗାମୀ ଦିନରେ ଓଡ଼ିଆ ଭାବ ସାରା ପୃଥିବୀକୁ ମାର୍ଗଦର୍ଶନ କରାଇବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି । ଆଜି ଅପରାହ@ରେ ରାଜଭବନର ଅଭିଷେକ ହଲ୍ରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ଆୟୋଜିତ ଏକ କବି ସମ୍ମିଳନୀରେ ପ୍ରଫେସର ଲାଲ କହିଲେ ଯେ ଦେଶପ୍ରେମ ଓ ଜାତୀୟତାବୋଧ ଆମ ଚେତନାର ଅବିଚ୍ଛେଦ୍ୟ ଅଙ୍ଗ । ଜାତିପ୍ରୀତି ହିଁ ଦେଶର ମହତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ନିମନ୍ତେ ବ୍ୟକ୍ତିଙ୍କୁ ପ୍ରେରଣା ଦେଇଥାଏ ।

ସାହିତ୍ୟରେ ଜାତୀୟତା ପ୍ରସଙ୍ଗ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି । କବି ସମ୍ମିଳନୀରେ ଯୋଗଦେଇଥିବା କବିମାନଙ୍କୁ ରାଜ୍ୟପାଳ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି କବି ଡ. ହୃଷୀକେଶ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ରାଜ୍ୟପାଳଙ୍କ ସଚିବ ଶାଶ୍ୱତ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କବି ସୁଚେତା ମିଶ୍ର, ସମରେନ୍ଦ୍ର ନାଥ ମହାପାତ୍ର,
