
ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର/ପୁରୀ :- ରାଜ୍ୟ ସରକାରଙ୍କ ଉପରେ ଏହି ପ୍ରକଳ୍ପକୁ ନେଇ ବର୍ଷିବା ସହ ଶ୍ରୀମନ୍ଦିର ର ସୁରକ୍ଷା ପାଇଁ ସରକାର ଯେଉଁ ଧ୍ୱଂସର ପଥ ବାଛିଛନ୍ତି ତାହାକୁ ରକ୍ଷା କରିବା ପାଇଁ ଓଡ଼ିଶା ଜନସାଧାରଣଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦେଖାଦେଇଥିବା ରାଜନୈତିକ ବାଦ ବିବାଦ ମଧ୍ୟରେ ପୁରୀ ଶଙ୍କରାଚାର୍ଯ୍ୟ ଙ୍କ ବଡ଼ ବୟାନ ଆସିଛି । ଯେଉଁ ସରକାର ଉପରେ ଭରସା କରି ବର୍ଷ ବର୍ଷ ଧରି ବିଶ୍ୱାସ ରଖି କ୍ଷମତାରେ ବସାଇ ଚାଲିଛନ୍ତି ସେ ସରକାର ଏବେ ଦେବାଦବୀ ଓ ଐତିହ୍ୟକୁ ବିକାଶ ନା’ରେ ବିକୃତ କରୁଛନ୍ତି । ଏଣୁ ଓଡ଼ିଶାବାସୀ ଏହାର ବିଚାର କରନ୍ତୁ ଓ ସୁରକ୍ଷା କରିବାକୁ ତାଙ୍କ ଆହ୍ୱାନରେ କହିଛନ୍ତି ।

