ଓଡ଼ିଶା ତାଜା ନ୍ୟୁଜ୍ /୨୫ ମଇ ବୁଧବାର/ବୈପାରିଗୁଡା :- ଚଳିତ ପଂଚାୟତ ନିର୍ବାଚନ ପରେ ବୁଧବାର ଦିନ ବୈପାରିଗୁଡା ପଂଚାୟତ ସମିତିର ପ୍ରଥମ ବୈଠକ ଅନୁଷ୍ଟିତ ହୋଇଯାଇଛି ।ବ୍ଳକ ସମ୍ମିଳନୀ ପ୍ରକୋଷ୍ଠରେ ଆୟେଜିତ ବୈଠକ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ବିଡିଓ ଅଭିମନ୍ୟୁ କବି ଶତପଥିଙ୍କ ପରିଚାଳନାରେ ଅନୁଷ୍ଟିତ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ନିର୍ବାଚିତ ସରପଂଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ପ୍ରାର୍ଥୀ ମାନଙ୍କୁ ପଂଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଶାସନକୁ ସହଯୋଗର ହାତ ବଢାଇବା ପାଇଁ ଆହ୍ୱାନ ଓ ସ୍ୱାଗତ ଜଣାଇଥିଲେ । ଗ୍ରାମପଂଚାୟତ ଅଧିକାରୀ ରାମ ପ୍ରସାଦ ଦୋରା ସମସ୍ତ ଲୋକପ୍ରତିନିଥି ମାନଙ୍କୁ ନିଜ ନିଜ ପରିଚୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ ।
ଏଥିରେ ବୈପାରିଗୁଡା ପଂଚାୟତ ସମିତି ଅଧିନ ୨୦ଟି ପଂଚାୟତର ନବ ନିର୍ବାଚିତ ସମସ୍ତ ସରପଂଚ, ସମିତିସଭ୍ୟ/ସଭ୍ୟା ଓ ୨ଟି ଜିଲ୍ଲାପରିଷଦ ଜୋନର ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ ପାଇଁ ଯଥେଷ୍ଟ ଅନୁଦାନ ଯୋଗାଇ ଦେଉଥିବା ବେଳେ ସର୍ବସାଧାରଣଙ୍କ ଉନ୍ନତି ହିଁ ଜନ ପ୍ରତିନିଥି ମାନଙ୍କ ମୂଳ ଲକ୍ଷ୍ୟ ହେବା ଦରକାର ବୋଲି କହିବା ସହ ଏ ଦିଗରେ ସରକାରୀ କର୍ମଚାରୀ ମାନେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ପ୍ରଶାସନ ସବୁ ବେଳେ ସବୁ ସମୟରେ ରହିଛି ବୋଲି କୁହାଯାଇଛି ।

ସମିତି ବୈଠକ ଆରମ୍ଭରୁ ଅଧ୍ୟକ୍ଷଙ୍କ ଦ୍ୱାରା ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗଂତ କରିବା ପରେ ବୈଠକରେ ସ୍ୱାସ୍ଥ୍ୟ,ଶିକ୍ଷା, କୃଷି ଓ ଉଦ୍ୟାନ, ଶିଶୁ ବିକାଶ ଯୋଜନା, ପାନୀୟଜଳ ,ରାସ୍ତାଘାଟ ଯୋଗାଣ,ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟୁତ୍ ,ସାମାଜିକ ସୂରକ୍ଷା ଓ ସମାଜ ମଙ୍ଗଳ, କ୍ଷୁଦ୍ର ଜଳ ସେଚନ,ମୃତିକା ସଂରକ୍ଷଣ, ଯୋଗାଣ ବିଭାଗ, ସ୍ଥାୟୀ ବିଭାଗ ଗଠନ, ବିଭିନ୍ନ ମୁନ୍ନୟନ ମୂଳକ କାର୍ଯ୍ୟ ସହ ବିଭିନ୍ନ ପ୍ରକାର ଜନହିତକାରୀ ଯୋଜନା ୁପରେ ଆଲୋଚନା କରାଯାଇଥିଲା । ସମିତିର ସଦସ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ଅଂଚଳର ସମସ୍ୟା ଉପସ୍ଥାପିତ କରିଥିଲେ ।
