
ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ପୁରୀ :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରେ ହୋଇଛି ଗୁଳିମାଡ଼ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଯୁବକ ୨ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ପୂର୍ବରୁ ଶତ୍ରୁତାର ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଆଜି ପୁରୀ ଏମାର ମଠ ନିକଟସ୍ଥ କାକୁଡ଼ିଖାଇ ଛକ ନିକଟରେ ଏହି ଫାୟାରିଂ ହୋଇଥିଲା । ଗୁଳିମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ତଳୁଚ୍ଛ ସାହିର ଶିବରାମ ପାତ୍ର ।

