ମାଛ ଧରାଳିଙ୍କୁ ମାଛ ବଦଳରେ କଙ୍କାଳ ମିଳିଲା

ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ବରଗଡ଼ :- ସୋହେଲା ଥାନା ଅଧୀନ ଗର୍ଭଣା ଗ୍ରାମର ଭଙ୍ଗା କଟା ପୋଖରୀରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ । ଏନେଇ ସେମାନେ ସୋହେଲା ଥାନା ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିଛି । ଜବତ କଙ୍କାଳରେ ଏବେ ବି ମାଂସ ଲାଗି ରହିଛି ।

ମହିଳାମାନେ ବ୍ୟବହାର କରୁଥିବା ଅଙ୍ଗବସ୍ତ୍ର ମଧ୍ୟ କଙ୍କାଳରେ ଗୁଡ଼ାଇ ହୋଇରହି ଥିବାରୁ ଏହା ମହିଳାର ମୃତଦେହ ବୋଲି ଅନୁମାନ କରାଯାଉଛି । ଏହା ୪ରୁ ୫ ମାସ ତଳର କଙ୍କାଳ ହୋଇଥିବା ପୋଲିସ ଅନୁମାନ କରୁଛି । ଏନେଇ ସୋହେଲା ପୋଲିସ ଏକ ମାମଲା (ନଂ.୪/୨୦୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ କଙ୍କାଳର ନମୂନାକୁ ସଂଗ୍ରହ କରି ଡିଏନ୍‌ଏ ଟେଷ୍ଟ ପାଇଁ ପଠାଇବ ବୋଲି ସୂଚନା ମିଳିଛି ।

Exit mobile version