odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଭୁବନେଶ୍ୱର ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ )୧୫ ମଇ, ଶୁକ୍ରବାର :- ୧୮ତାରିଖରୁ ଉପକୂଳ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ , ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୧୯ ତାରିଖରେ ବର୍ଷାର ପରିମାଣ ବଢିପାରେ । ଦକ୍ଷିଣ ଉପକୂଳ ଜିଲ୍ଲାମାନଙ୍କରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ଏବଂ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗକୁ ମଧ୍ୟ ପବନର ଗତି ଛୁଇଁ ପାରେ ଏଥିପାଇଁ ୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଉଛି । ୧୨ଟି ଜିଲ୍ଲାକୁ ସମ୍ଭାବ୍ୟ ବାତ୍ୟା ପାଇଁ ଆଲର୍ଟ କରାଯାଇଛି ।
ଦରକାର ପଡ଼ିଲେ ଟିଏମ୍ସିରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ସମୁଦ୍ର କୂଳରୁ ୩ କିମି ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଆଜି ଆୟୋଜିତ ମିଟିଂ ପରେ SRC ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, IMD ସୂଚନାନୁସାରେ ଲଘୁଚାପ ଆଜି ସଂଧ୍ୟାରେ ଅବପାତ ହେବ । ଆସନ୍ତା କାଲି ସନ୍ଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପରେ ତାହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୭ ତାରିଖ ସନ୍ଧ୍ୟା ପରେ ଦିଗ ବଦଳାଇ ଉତ୍ତରପୂର୍ବ ଦିଗକୁ ଗତି କରିବ ।
ହେଲେ କେଉଁଠ ଲ୍ୟାଣ୍ଡ ଫଲ୍ କରିବ ଜଣାପଡ଼ିନାହିଁ ବୋଲି ସେ କହିଛନ୍ତି । ବାତ୍ୟା ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ SRC ମହାପାତ୍ର କହିଛନ୍ତି, ଏହି ବାତ୍ୟା ଯୋଗୁ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ। ଗଜପତିରୁ ମୟୂରଭଂଜ ଯାଏ ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି । ହେଲେ ୪ ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି । ସେଲଟର ହୋମ, ସ୍ଥାନାନ୍ତରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।
ଆମେ ନିୟମିତ ଭାବେ ପରିସ୍ଥିତି ଉପରେ ନଜର ରଖିଛୁ । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ଏଥିନିମନ୍ତେ ଯଥେଷ୍ଟ ଅଧିକ ସେଲଟର ହୋମ ଠାବ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ସରପଞ୍ଚ ଓ ସ୍କୁଲ ଶିକ୍ଷକ ସେଲଟର ହୋମ ଦାୟିତ୍ୱରେ ରହିବେ । ପୁଲିସ୍, ଅଗ୍ନିଶମ, NDRF ଟିମ୍ ସହ ପ୍ରାଥମିକ ଆଲୋଚନା ହୋଇଛି । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବାତ୍ୟା ସ୍ଥିତି ନିମନ୍ତେ ପ୍ରସ୍ତୁତ ରହିବାକୁ ସମବାୟ, ଶକ୍ତି, ଜଳ ସଂପଦ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ୧୫ରୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି ।
