
ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ ବାଲିଗୁଡା :- ସର୍ଟ ସର୍କିଟ ହୋଇ ଜଳିଗଲା ଠିକା ସଂସ୍ଥାରେ ନିୟୋଜିତ ଗ୍ରେଡର ମେସିନ୍ । ସୂଚନା ପ୍ରକାରେ ସୋମବାର ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଆରକେଡି ନାମକ ଠିକା ସଂସ୍ଥାରେ ନିୟୋଜିତ ଏକ ଗ୍ରେଡର ମେସିନ୍ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ।

