ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା ନେଇ : ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ଚେତନା ର ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ୍ /୨୨ ମଇ ରବିବାର / ବରଗଡ :- ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ଚେତନା ର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ସଂଘ ର ମେଡିକାଲ ପ୍ରକୋଷ୍ଠ ର ସଂଯୋଜକ ଅଭିଜିତ ପ୍ରତିହାର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବରେ ଘୋଷିତ ହୋଇଥିବା ସହର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ( ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ) ରେ ନୂତନ ଡାକ୍ତରଙ୍କ ନିଯୁକ୍ତି, ନୂଆ ପାଥୋଲୋଜିଷ୍ଟ୍ ଙ୍କ ନିଯୁକ୍ତି, କ୍ୟାନ୍ସର ହସପିଟାଲ ନିର୍ମାଣ ରେ ତ୍ୱରାନ୍ୱିତ ପଦକ୍ଷେପ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟମିତ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା, ଆଟାଣ୍ଡାଟ ମାନଙ୍କ ପାଇଁ ରେଷ୍ଟ୍ ସେଡ ନିର୍ମାଣ ,

ଅସ୍ଥି ଶଲ୍ୟ ବିଶେଷଜ୍ଞ ଓ ଚକ୍ଷୁ ରୋଗ ବିଶେଷଜ୍ଞ ଙ୍କ ନିଯୁକ୍ତି, କ୍ୟାନ୍ସର ପୀଡ଼ିତ ମାନଙ୍କ ପାଇଁ ମାସର ଦ୍ଵିତୀୟ ଶନିବାର ହେଉଥିବା ଚିକିତ୍ସା ଶିବିର ର ପ୍ରଚାର ପ୍ରସାର ପାଇଁ ବ୍ୟାନର ଲଗାଇବା,ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନୂତନ ଅଲଟ୍ରା ସାଉଣ୍ଡ ମ୍ୟାସିନ କୁ କାର୍ଯ୍ୟକାରି କରିବା, ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ପ୍ରୁଥକୀ କରଣ ୟୁନିଟ କୁ ଶୀଘ୍ର କାର୍ଯ୍ୟକାରୀ କରିବା, କ୍ୟାମ୍ପସ ମେଡିସିନ ଷ୍ଟୋର କୁ ପୁନର୍ବାର ଆରମ୍ଭ କରିବା ଆଦି ଅନେକ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସାଧୁ ଚରଣ ଦାଶ ଙ୍କ ଦୃଷ୍ଟିଗୋଚର କୁ ଆଣିଥିଲେ ।

ଆଗାମୀ ଦିନରେ ଏହି ସମସ୍ତ ଅସୁବିଧା କୁ କିଭଳି ଭାବରେ ଦୂର କରାଯାଇ ପାରିବ ସେଥି ପାଇଁ ବରଗଡ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଆଲୋଚନା କରାଯିବ ବୋଲି ଚେତନା ପକ୍ଷରୁ ସୂଚନା ଦିଆଯାଇଛି।ଏହି ପ୍ରତିନିଧି ମଣ୍ଡଳୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଚେତନା ର ସମ୍ପାଦକ ରବି ପଣ୍ଡା,ମୁଖ୍ୟ ସଂଯୋଜକ ଲିପସିତ ମିଶ୍ର, ପ୍ରିତମ ସିଂ, ଯଶବିର ସିଂ ପ୍ରମୁଖ ସଦସ୍ୟ ସାମିଲ ଥିଲେ। ଏହି ଆଲୋଚନା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Exit mobile version