ସାପ୍ତାହିକ ବଜାର ଦିନ ବିଜେଡ଼ିର ଜଳସେବା

ଓଡ଼ିଶା ତାଜା ନ୍ୟୁଜ୍ /୨୨ ମଇ ରବିବାର /କଳାହାଣ୍ଡି :- ନର୍ଲା ନିର୍ବାଚନ ମଣ୍ଡଳୀର ନର୍ଲା ବ୍ଳକ, ମ.ରାମପୁର ଓ କର୍ଲାମୁଣ୍ଡା ବ୍ଳକର ମୁଖ୍ୟ ସାପ୍ତାହିକ ବଜାର ଗୁଡିକରେ ବିଜେଡ଼ି ଦଳ ପକ୍ଷରୁ ତୃଷାର୍ତ୍ତ ଲୋକଙ୍କୁ ସର୍ବତ, ପାନୀୟ ଜଳ ଯୋଗାଇ ଦିଆଯାଉଛି । ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସଦସ୍ୟ, ବ୍ଳକ ସଭାପତି, ସଂପାଦକ ତଥା ଦଳୀୟ କର୍ମୀମାନଙ୍କ ଉପସ୍ଥିତରେ ଲୋକଙ୍କୁ ଏହି ଜଳସେବା ପ୍ରଦାନ କରାଯାଉଛି ।

ଗତକାଲି ନର୍ଲା ବ୍ଳକ ଅନ୍ତର୍ଗତ ଶାନ୍ତପୁର ବଜାର ଦିନ, ପୂର୍ବରୁ ସୋମବାର ବାଲିପଡା ଓ ରବିବାର ନର୍ଲା ବଜାର ଗୁଡିକରେ ଜନସାଧାରଣଙ୍କୁ ପ୍ରବଳ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇଁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ରହୁଛି । ବିଭିନ୍ନ ସ୍ଥାନରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, ବିଜେଡ଼ି ବ୍ଳକ ସଭାପତି ପରେଶ ପଧାନ, ସଂପାଦକ ଭୋପାଳ ନାଗ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ, ହମେଶ ଜୈନ, ଚକ୍ରଧର ଗଉଡ ସମେତ ଅନ୍ୟାନ୍ୟ ବିଜେଡ଼ି କର୍ମୀ ମାନେ ଏଥିରେ ସହଯୋଗ କରୁଥିବା ଦେଖାଯାଉଛି ।

Exit mobile version