ବସ୍ତି ବାସିନ୍ଦାଙ୍କ ପାଇଁ ଦକ୍ଷତା ବୃଦ୍ଧି ସଂପର୍କିତ କର୍ମଶାଳା

ଓଡ଼ିଶା ତାଜା ନ୍ୟୁଜ୍ /୨୨ ମଇ ରବିବାର /ବରଗଡ଼ :- ପୈାର ପରିଷଦ ଅନ୍ତର୍ଗତ ଏକ ନମ୍ବର ଓ୍ବାର୍ଡ ରେ ଥିବା ଭୁରସୁଲ ବନ୍ଧ,ନିଲି ବନ୍ଧ, ଟାଙ୍ଗରପଡା,ଜୀରା ନଦୀ ବସ୍ତି ବାସିନ୍ଦାଙ୍କ ଉନ୍ନତିକୁ ଦୃଷ୍ଟି ରେ ଉକ୍ତ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଆୟୋଜିତ ହେଇଯାଇଛି । ୫ଟି ଅନ୍ତର୍ଗତ ରାଜ୍ୟ ସରକାର ଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାଗା ସଂପର୍କ ଯୋଜନା ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ କିପରି ଦକ୍ଷତା ବୃଦ୍ଧି ହେବ ସେ ସଂପର୍କରେ ଆଲୋଚନା କରାଯାଇଥିଲା ।

ଆୟୋଜିତ ସଭାରେ ଅତିଥି ଭାବେ ପୈାରାଧକ୍ଷା ଶ୍ରୀମତୀ କଳ୍ପନା ମାଝୀ ଉପାଧ୍ୟକ୍ଷ ରାଜେଶ କୁମାର ଅଗ୍ରୱାଲ, ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ପୈାର ଏମଇ ଏଲିନା ଏକ୍କା, ଓ୍ବାର୍ଡ କାଉନସିଲର ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ଓ୍ବାର୍ଡ ର ସମସ୍ତ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଙ୍କ ସମେତ ବସ୍ତିର ଜନସାଧାରଣ ଯୋଗ ଦେଇଥିଲେ ।

Exit mobile version