କଟକଠାରେ ଉତ୍କଳଗୌରବ ମଧୁସୂଦନ ଭବନ ନିର୍ମାଣ କରାଯିବ
ଓଡ଼ିଶା ତାଜା ନ୍ୟୁଜ୍ /୨୧ ମଇ ଶନିବାର/ଭୁବନେଶ୍ୱର :- ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟପ୍ରବକ୍ତା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସ୍ମୃତିରେ ସମବାୟ ବିଭାଗ ପକ୍ଷରୁ କଟକଠାରେ ଉତ୍କଳଗୌରବ ମଧୁସୂଦନ ଭବନ ନିର୍ମାଣ କରାଯିବ । କଟକ ଜେଲ୍ରୋଡ଼ସ୍ଥିତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ପରିସରରେ ଏହି ଭବନ ନିର୍ମାଣ କରାଯିବ । ଆଜି ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକର ନିଷ୍ପତ୍ତି ଅନୁଯାୟୀ ସମବାୟ ବିଭାଗର ସଚିବଙ୍କ ନେତୃତ୍ୱରେ ପୂର୍ତ୍ତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, କଟକ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିକାରୀମାନେ ଆସନ୍ତା ୨୬ ତାରିଖରେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ ।
