ଓଡ଼ିଶା ତାଜା ନ୍ୟୁଜ୍ /୧୯ ମଇ ଗୁରୁବାର/ ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହଠାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜିଲ୍ଲା ସସ୍ତରୀୟ ବୈଠକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରି ଏହି ବୈଠକରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏହି ବୈଠକକୁ ପରିଚାଳନା କରି ପ୍ରାକୃତିକ ବିପର୍ଯୟଚ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଭାଗର ପ୍ରସ୍ତାବ ଉପସ୍ଥାପନା କରିଥିଲେ । ଜିଲ୍ଲାପାଳ ଶ୍ରୀ ପଣ୍ଡା ଗଜପତି ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲା,

ଯେଉଁ ଠାରେ ପ୍ରାୟ ପ୍ରତିବର୍ଷ ବନ୍ୟାବାତ୍ୟା ଭଳି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଘଟିଥାଏ ଯାହାର ମୁକାବିଲାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବଦା ସତର୍କ ରହିବା ଆବଶ୍ୟକ ବୋଲି କହିବା ସହ ପ୍ରଶାସନ ସର୍ବଦା ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରି ପୂର୍ବପ୍ରସ୍ତୁତି ଓ ସଫଳତାର ସହ ମୁକାବିଲା କରିବାରେ ବହୁ ଦୃଷ୍ଟାନ୍ତ ରହିଛି କହିବା ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନେ କିପରି ପ୍ରସ୍ତୁତି କରିଛନ୍ତି ସେ ବିଷୟରେ ସବିଶେଷ ବିବରଣୀ ଉପରେ ଆଲୋଚନା କରିଥିଲେ । କ୍ଷୁଦ୍ର ଜଳସେଚନ ବିଭାଗ, ଜିଲ୍ଲା ଯୋଗାଣ ବିଭାଗ, ପୂର୍ତ୍ତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବନ ବିବାଗ, ପ୍ରାଣୀ ସମ୍ପଦ ବିଭାଗ ଏବଂ ବିଦ୍ୟୁତ,
