ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର / ବରଗଡ :- ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଆନନ୍ଦ ଆଚାର୍ଯ୍ୟ ଫୁଟବଲ୍ ପ୍ରୀମୀୟର ଲିଗ୍ ପ୍ରତିଯୋଗିତା ର ତୃତୀୟ ଦିନରେ ଆଜି ଅନୁଷ୍ଠିତ ଗୋବିନ୍ଦପାଲି ଏସ ଏସ ୱାଇ ଏସ ଓ ବରଗଡ ୱାରୀୟରସ ମଧ୍ୟରେ ଅନୁଷ୍ଟିତ ମ୍ୟାଚ୍ ରେ ୱାରୀୟରସ ଦଳ ୧ – ୦ ଗୋଲରେ ବିଜୟୀ ହୋଇଥିଲା । ବିଜୟୀ ଦଳ ପକ୍ଷରୁ ୧୨ ନମ୍ବର ଖେଳାଳୀ ସ୍ଵାଧୀନ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ ଓ ଏକମାତ୍ର ବିଜୟୀ ଗୋଲ ଦେଇଥିଲେ । ଆଜିର ଏହି ଖେଳ କୁ ଆଶୀର୍ବାଦ କାନୁନଗୋ ପରିଚାଳନା କରିଥିଲେ । ତାଙ୍କୁ ଲାଇନ୍ ରେ ବିପୁଳ ବିଦ୍ୟାଧର ଓ ପ୍ରଶାନ୍ତ ବେହେରା ସହଯୋଗ କରିଥିଲେ । ଚତୁର୍ଥ ରେଫରୀ ଥିଲେ ରଞ୍ଜୁ ଛତ୍ରିଆ । ସଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ଡ. ନିଶାନ୍ତ ଦେବତା ,ପ୍ରାକ୍ତନ ଫୁଟବଲ ଖେଳାଳୀ ନୱାବ ଖାଁ , ବରଗଡ ୱରୀୟରସ ର ଫ୍ରେଁଚାଇଯି ରାଜୁ ରାଏ , ପ୍ରଦୀପ ନନ୍ଦ ଅତିଥି ଭାବରେ ଯୋଗଦେଇ ବରଗଡ ୱରୀୟରସ ଦଳର ଦଳର ୧୮ ନମ୍ବର ଖେଳାଳି ଲାଇବେରିଆ ର ଚୌକନ୍ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ।
ସେହିଭଳି କରୋନା ସମୟରେ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ନିଶାନ୍ତ ଦେବତା ଙ୍କୁ ଆୟୋଜକ ଙ୍କ ତରଫରୁ ମାନପତ୍ର ,ଉପଢୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ଗତକାଲି ବରଗଡ ୱାରୀୟର୍ସ ଓ ବରପାଲି ବାଇସନ ମଧ୍ୟରେ ଅନୁଷ୍ଟିତ ଦ୍ଵିତୀୟ ମ୍ୟାଚ୍ ରେ ବରପାଲି ବାଇସନ ଦଳ ୪- ୧ ଗୋଲରେ ବିଜୟୀ ହୋଇଥିଲା ।ବିଜୟୀ ଦଳ ପକ୍ଷରୁ ୧୦ ନମ୍ବର ଖେଳାଳି ଆଡମିନ ତିର୍କି ୨ ଟି ଗୋଲ, ୧୧ ନମ୍ବର ଖେଳାଳି ବେତାଳ ୧ ଟି ଗୋଲ ଦେଇଥିବା ବେଳେ ,ବରଗଡ ଦଳର ୧୯ ନମ୍ବର ଖେଳାଳି ଭେଙ୍ଗୋ ଗୋଟିଏ ଗୋଲ ଦେଇଥିଲେ ।
ଖେଳ ପରିଚାଳନା କରିଥିଲେ ସୁବ୍ରତ ପୁରୋହିତ, ତାଙ୍କୁ ଲାଇନ୍ ରେ ସହଯୋଗ କରିଥିଲେ ବିପୁଳ ବିଦ୍ୟାଧର ଓ ପଞ୍ଚାନନ ପାତ୍ର । ଚତୁର୍ଥ ରେଫରୀ ଥିଲେ ଅନିଲ ବାଗ । ସଚ୍ଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଡ.ନିଶାନ୍ତ ଦେଵତା ଅତିଥି ଭାବରେ ଯୋଗଦେଇ ବରପାଲି ଦଳର ଖେଳାଳୀ ଆଡମିନ୍ ଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରିଥିଲେ ।
