ରେଳ ଲାଇନ ଦୋହରିକରଣ ସରିବ କେବେ..?

ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର /ବରଗଡ଼ :- ଦିର୍ଘ ଦଶ ବର୍ଷ ରୁ ଅଧିକ ହେବ ସମ୍ବଲପୁର ଟିଟିଲାଗଡ଼ ରେଳପଥ ଦୋହରୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ଦେଖା ଯାଉନାହିଁ । ଇତି ମଧ୍ୟରେ ଟିଟଲାଗଡ ରୁ ବଲାଙ୍ଗୀର ଏବଂ ବଲାଂଗୀର ରୁ ବରଗଡ଼ ଜିଲ୍ଲାର ବରପାଲି ଷ୍ଟେସନ ପର୍ଯ୍ୟନ୍ତ ଲାଇନ ଦୋହରିକରଣ କାର୍ଯ୍ୟ ସରିଛି । ତେବେ ଷ୍ଟେସନ ଗୁଡ଼ିକର ଆନୁଷଙ୍ଗିକ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରି ନାହିଁ ।

ବର୍ତ୍ତମାନ ବରପାଲି ରୁ ସମ୍ବଲପୁର ଷ୍ଟେସନ ପର୍ଯ୍ୟନ୍ତ ରେଳ ଟ୍ରାକ ବିଛାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ । ଠିକା ନେଇଥିବା ସଂସ୍ଥା କାର୍ଯ୍ୟ ରେ ମନ୍ଥରତା ଯୋଗୁଁ ଏହା ବିଳମ୍ବ ଘଟୁଛି ବୋଲି ଜନୈକ ଅଧିକାରୀ କହିଛନ୍ତି ।

ତେବେ ବିଭାଗୀୟ ଅବହେଳା ଯଥା ଅନେକ ସ୍ଥାନରେ ଜବରଦଖଲ ଉଚ୍ଛେଦ ହୋଇପାରୁନଥିବାରୁ ଟ୍ରାକ ବିଛା କାର୍ଯ୍ୟ ସରିଥିଲେ ମଧ୍ୟ ହାଇ ଭୋଲ୍ଟର ଇଲେଟ୍ରିଫିକେସନ କାମ ହୋଇପାରୁନାହିଁ ବୋଲି ଠିକା ସଂସ୍ଥା ପକ୍ଷରୁ ସଫେଇ ଦିଆଯାଇଛି । ତେବେ ବର୍ତ୍ତମାନ ଦୋହରିକରଣ କାର୍ଯ୍ୟ କେବେ ସରିବ ଜନସାଧାରଣ ଅପେକ୍ଷା ରେ ରହିଛନ୍ତି ।

Exit mobile version