ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ : ରାମପଦର ଗ୍ରାମର ଅନାଥ ପରିବାରଙ୍କୁ – ମିଶି ସମବେଦନା ଜଣାଇଲେ ବ୍ଲକ ଅଧକ୍ଷ ରଞ୍ଜୀବ ଶବର

ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର / ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକର ଶିକୁଳିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମପଦର ଗ୍ରାମର ମୃତ ପଞ୍ଚୁ ମଳିକ ଙ୍କ ପରିବାରକୁ ମିଶି ସମବେଦନା ଜଣାଇଛନ୍ତି ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର । ରାମପଦର ଗ୍ରାମର ପଞ୍ଚୁ ମଳିକ ଗତ ତିନି ମାସରୁ କିଛିଦିନ ଅଧିକା ଆନ୍ଧ୍ରପ୍ରଦେଶର ବିଜୟୱାଡା ନିକଟସ୍ଥ ଆଡୁଵାଲୀ ଗ୍ରାମର ଏକ କୁକୁଡ଼ା ଫାର୍ମରେ ଦିନ ମଜୁରିଆ ହିସାବରେ କାର୍ଯ୍ୟ କରୁଥିଲେ । ସେଠାରେ ତାଙ୍କର କୌଣସି କାରଣରୁ ଦେହାନ୍ତ ହେଲା ।

ସେହି ମୃତ ଶରୀରକୁ କୁକୁଡ଼ା ଫାର୍ମ ମାଲିକ ନିଜ ଖର୍ଚରେ ମୃତ୍ୟୁ ବରଣ କରିଥିବା ପରିବାର ନିକଟକୁ୧୬ତାରିଖ ଦିନ ପହଂଚିବାରୁ ପରିବାର ଲୋକ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ । ମୃତ୍ୟୁ ପଞ୍ଚୁଙ୍କ ବର୍ତ୍ତମାନ ବିଧବା ପତ୍ନୀ ଙ୍କ ସହ ଚାରି ଜଣ ନାବାଳକ ଛୁଆ ଅଛନ୍ତି । ସେଥି ମଧ୍ୟରୁ ଝିଅ ତିନିଜଣ ସହ ତିନି ବର୍ଷର ଏକ ପୁଅ ଅଛି । ପରିବାରର ମୁରବି ମୂଲ ଲାଗି ପରିବାର ଦୁଃଖ କଷ୍ଟେ ଚଳୁଥିଲେ ।

ସେ ଅକାଳରେ ମୃତୁ ବରଣ କରିବା ପରେ ସେହି ଅନାଥ ପରିବାର ଉପରେ ଏକ ଚଡକ ପଡିଲା ପରି ଲାଗେ।କିନ୍ତୁ ଏଠାରେ କହି ରଖୁ ସେହି ଅନାଥ ପରିବାର ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ଏକ ଛାତ ନାହିଁ।ଏତେବଡ଼ ଦୁନିଆରେ ଏହି ପରିବାର କିପରି ବଞ୍ଚିବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବାରର ସଦସ୍ୟ ମାନେ।ଗତ କାଲି ଏହିଖବର ପାଇ ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ସେହି ଗ୍ରାମକୁ ଗସ୍ତ କରି ବେ ସାହାରା ହୋଇଥିବା ପରିବାର ସହ ମିଶି ସମବେଦନା ଜଣାଇବା ସହ ସରକାରଙ୍କ ନିୟମ ଅନୁସାରେ ସମସ୍ତ ସାହାଯ୍ୟ ଯୋଗାଇ ଦେବା ନିମନ୍ତେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇ ଫେରିଛନ୍ତି।

Exit mobile version