
ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର / ବାଲିଗୁଡ଼ା :- କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡାଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି । ମଇ ୨୦ ତାରିଖ ଓଡ଼ିଶା-ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି ।

