ଦୁଃଖଦ ଘଟଣା, ପୋଖରୀରେ ବୁଡି ୭ବର୍ଷର ଶିଶୁ ମୃତ – ମାହାଙ୍ଗା

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

କଟକ ଜ଼ିଲ୍ଲା,ମାହାଙ୍ଗା,ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍‌ ) ୧୫ ମଇ, ଶୁକ୍ରବାର :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ଗ୍ରାମରେ ଏକ ଦୁଃଖଦ ଘାଟଣା ଦେଖିବାକୁ ମିଳିଛି, ଏହି ଗ୍ରାମର ନିତ୍ୟାନନ୍ଦ ଦାସ ଙ୍କ ୭ ବର୍ଷ ର ପୁତ୍ର -ରାକେଶ ଦାସ ଘର ନିକଟ ପୋଖରୀରେ ପଡି ମୃତ୍ୟୁ ବରଣ କରିଚି, ଆଜି ସକାଳେ ରାକେଶ ପିଲାମାନଙ୍କ ସହ ଖେଳୁ ଥିବାବେଳେ ହଟାତ ନିଖୋଜ ହୋଇଯାଇଥିଲେ,

ସକାଳ ଦଶଟା ବେଳୁ ଘରଲୋକ ସବୁ ଆଡେ ଖୋଜାଖୋଜି କରି ନପାଇବାରୁ ମାଧ୍ୟାହ୍ନ୍ନରେ ଘରନିକଟ ପୋଖରୀରେ ଖୋଜିଥିଲେ, ଶେଷରେ ପୋଖରୀ ପାଣିରୁ ରାକେଶ କୁ ଉଦ୍ଧାର କରି ଥିଲେ ମଧ୍ୟ ସେତେବେଳକୁ ତାର ମୃତ୍ୟୁ ହୋଇସାରିଥିଲା, ଖବରପାଇ ଭଦ୍ରେଶ୍ୱର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଶିଶୁଟିର ମୃତ ଦେହକୁ ଜବତକରି ବ୍ୟବଚ୍ଛେଦ ନିମନ୍ତେ କଟକ ମେଡିକାଲ ପଠାଇଛନ୍ତି, ଏଭଳି ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଂଚଳର ଲୋକଙ୍କୁ ସ୍ତବ୍ଧ କରିଦେଇଛି

Exit mobile version