
ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର / ଭୁବନେଶ୍ୱର :- ମେଷ : କୌଣସି ଆର୍ଥିକ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଭଲ ଦିନଅଟେ। ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଏବଂ ତାଜା ଅନୁଭବ କରିବେ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ତରଫରୁ ଉପହାର ମିଳିବ। ତାଙ୍କ ସାଥିରେ ସମୟ ଆନନ୍ଦରେ କଟିବ। ତାଙ୍କ ସହିତ କୌଣସି ସମାରୋହ କିମ୍ବା ଯାତ୍ରାରେ ଯିବାର ସମ୍ଭାବନା ଦେଖାଯାଉଛି। ସଦ୍ଭାବନା ସହିତ କରାଯାଇଥିବା ପରୋପକାରୀ କାର୍ଯ୍ୟ ଆପଣଙ୍କୁ ଆନ୍ତରିକ ଖୁସି ଦେବ।

